Posted inଜାତୀୟ

ଭାରତ, ସିଙ୍ଗାପୁର, ଥାଇଲାଣ୍ଡ ମିଳିତ ନୌସମରାଭ୍ୟାସ

ନୂଆଦିଲ୍ଲୀ,୧୭ା୯(ପି.ଟି.): ପୋର୍ଟ ବ୍ଲେୟାରରେ ସୋମବାରଠାରୁ ଭାରତ, ସିଙ୍ଗାପୁର ଓ ଥାଇଲାଣ୍ଡ ନୌସେନା ପକ୍ଷରୁ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାବ୍ୟତୀତ ମୈତ୍ରୀ ନାମରେ ଭାରତ ଓ ଥାଇଲାଣ୍ଡ ସେନା ମଧ୍ୟରେ ଦ୍ୱିପାକ୍ଷିକ ସମରାଭ୍ୟାସ ମେଘାଳୟର ଉମ୍ରୋଇସ୍ଥିତ ଫରେନ୍‌ ଟ୍ରେନିଂ ନୋଡ୍‌ (ଏଫ୍‌ଟିଏନ୍‌)ରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।
୫ ଦିନିଆ ତ୍ରିପାକ୍ଷିକ ନୌସମରାଭ୍ୟାସରେ ଭାରତୀୟ ଯୁଦ୍ଧଜାହାଜ ରଣବୀର ସହିତ ସିଙ୍ଗାପୁରର ଆର୍‌ଏସ୍‌ଏନ୍‌ ଟେନାସିଅସ୍‌ ଏବଂ ଥାଇଲାଣ୍ଡର କ୍ରବୁରୀ ସାମିଲ ହୋଇଛି। ଏହାବ୍ୟତୀତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ଏଥିରେ ସ୍ଥାନ ପାଇଛି। ଏବେ ପୋର୍ଟ ବ୍ଲେୟାର ବନ୍ଦର ଅଞ୍ଚଳରେ ସମରାଭ୍ୟାସ ଆରମ୍ଭ ହୋଇଥିବାବେଳେ ୧୮ରୁ ୨୦ ପର୍ଯ୍ୟନ୍ତ ସମୁଦ୍ର ପର୍ଯ୍ୟାୟ ସମରାଭ୍ୟାସ ଚାଲିବ। ତିନି ଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ବୃଦ୍ଧି କରିବା ଏହି ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?