ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। ଏହି ଆସନ ଲାଗି ସଦସ୍ୟତା ଅବଧି ୨ ବର୍ଷ। ଆସନ୍ତାବର୍ଷ ଜୁନ୍‌ରେ ୫ଟି ଅସ୍ଥାୟୀ ସଦସ୍ୟତା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପ୍ରାର୍ଥତ୍ତ୍ୱକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀର ସମସ୍ତ ୫୫ ସଦସ୍ୟ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଥିବାରୁ ଭାରତ ପକ୍ଷରୁ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିତ୍ବା ରାଷ୍ଟ୍ରଦୂତ ସୟେଦ ଆକବରୁଦ୍ଦିନ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ସମର୍ଥନକାରୀ ଦେଶ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏଟ୍‌, କିର୍‌ଗିଜସ୍ତାନ, ମାଲେସିଆ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, କାତାର, ସୌଦି ଆରବ, ଶ୍ରୀଲଙ୍କା, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତ୍‌ନାମ। ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦ ପ୍ରତିବର୍ଷ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରିଥାଏ। ସୁରକ୍ଷା ପରିଷଦରେ ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଓ ବ୍ରିଟେନ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ୧୦ ଅସ୍ଥାୟୀ ଆସନକୁ ଆଞ୍ଚଳିକ ଭିତ୍ତିରେ ଆଫ୍ରିକା ଓ ଏସିଆକୁ ୫ଟି, ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଗୋଟିଏ, ଦକ୍ଷିଣ ଆମେରିକା ଏବଂ କାରିବିୟାନ ରାଷ୍ଟ୍ରଗୁଡିକୁ ୨ଟି ଏବଂ ପଶ୍ଚିମ ୟୁରୋପ ଓ ଅନ୍ୟ ରାଷ୍ଟ୍ରଗୁଡିକୁ ୨ ଆସନ ବାଣ୍ଟିଦିଆଯାଇଛି। ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଏବଂ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦକୁ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନର ସ୍କୁଲ, ବଡ ବଡ ଘର ଉପରେ ରୁଷିଆର ଆକ୍ରମଣ: ଚେର୍ନିହିବରେ ୩୩ ଜଣଙ୍କ ମୃତ୍ୟୁ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଏବେ ୟୁକ୍ରେନର ଯୁଆଡେ ଚାହିଁଲେ ସିଆଡେ ଖାଲି ଧ୍ୱଂସ ଆଉ ଧ୍ୱଂସ ।...

ଡୋନାଲ୍ଡ ଟ୍ରମ୍ପଙ୍କ ବଢିଲା ଅଡୁଆ, ହୋଇପାରେ ଜେଲ୍

ନ୍ୟୁୟର୍କ,୧୦।୧୧: ଦୀର୍ଘ ସମୟ ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ଲୋକମାନେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ବାଛିଛନ୍ତି। ଏଥି...

ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା...

ଆଜି ନାଟୋରେ ସାମିଲ ହେବ ଫିନ୍‌ଲାଣ୍ଡ

ବ୍ରସେଲ୍ସ, ୪।୪: ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ୩୧ତମ ସଦସ୍ୟ ଭାବେ ଫିନ୍‌ଲାଣ୍ଡ ମଙ୍ଗଳବାର ସାମିଲ ହେବାକୁ ଯାଉଛି। ଏନେଇ ନାଟୋ...

ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ...

କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା

ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍‌ରେ ଥିବା ଦେଖାଯାଇଛି ।...

ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ...

ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ

ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ...

Advertisement
Archives

Model This Week