କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ‘କନ୍‌ସୁଲାର ଆକ୍ସେସ’ ଦିଆଯିବା ଆବଶ୍ୟକ ବୋଲି ଆଇସିଜେ କହିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟାଦେଶ ପର୍ଯ୍ୟନ୍ତ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ ରଖିବା ସହ ପାକିସ୍ତାନ ତା’ର ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଅର୍ନ୍ତଜାତୀୟ କୋର୍ଟ କହିଛନ୍ତି। ଆଇସିଜେର ୧୬ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ। ଜଣେ ବିଚାରପତି ଏହା ବିରୋଧରେ ମତ ରଖିଥିଲେ। ଆଇସିଜେ ଶୁଣାଣି ପରେ ପାକିସ୍ତାନ ଜେଲ୍‌ରେ ବନ୍ଦୀଥିବା କୁଳଭୂଷଣଙ୍କୁ ଆଇନଗତ ସହାୟତା ମିଳିବା ସହ ଭାରତୀୟ ଦୂତାବାସ ଅଧିକାରୀ ତାଙ୍କୁ ଭେଟି ପାରିବେ। ଭାରତୀୟ ନାଗରିକ ତଥା ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଗୁପ୍ତଚର ବୋଲି ମିଥ୍ୟା ଆଖ୍ୟା ଦେଇ ପାକିସ୍ତାନ ୨୦୧୬ରେ ଗିରଫ କରିବା ସହ ସେଠାକାର ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଏନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍‌କା, ବନ୍ଦ ହେଲା ସର୍ଭିସ!

ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ...

୨୦୪୭ ସୁଦ୍ଧା ସିକଲ୍‌ସେଲ୍‌ ଆନେମିଆ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ,୨।୨ :ଦେଶର ୧୫୭ ସହରରେ ଖୋଲିବ ସରକାରୀ ନର୍ସିଂ କଲେଜ। ବିଶେଷକରି ୨୦୧୪ ସୁଦ୍ଧା ଯେଉଁ ସହରରେ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି, ସେଠାରେ ଏହି...

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ...

ତାଞ୍ଜାନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟ

ଡୋଡୋମା,୧୧ ।୧୧. ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି...

‘୧୪ଶ କୋଟି ପାଇଁ ଆମାଜନ ୨୬ ହଜାର କୋଟିର କମ୍ପାନୀକୁ ବରବାଦ କରିଦେଲା’

ନୂଆଦିଲ୍ଲୀ,୧।୪: “ଆମଜାନ ଆମକୁ ଧ୍ୱଂସ କରିବାକୁ ଚାହୁଁଛି। ଆଉ ଏଥିରେ ସେ ସଫଳ ହୋଇଛି”। ଆମାଜନ ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ଏଭଳି ସ୍ବରରେ...

ଆଇଏମଏଫର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୬.୧ ପ୍ରତିଶତ

ଓ୍ବାଶିଂଟନ୍‌,୩୧।୧: ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି। ଆଇଏମଏଫ ଅନୁଯାୟୀ,୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ...

ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ

ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ...

୨୦୧୯ରୁ ନିଖୋଜ ଥିବା ନାବାଳିକା ମିଳିଲେ ସିକ୍ରେଟ୍‌ ରୁମ୍‌ରୁ

ନ୍ୟୁୟର୍କ,୧୭।୨: ପ୍ରାୟ ୩ ବର୍ଷ ହେଲା ନିଖୋଜ ଥିବା ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଘରର ସିଡି ତଳେ ଥିବା ଏକ ସିକ୍ରେଟ୍‌ ରୁମ୍‌ରୁ ଲୁଚିଥିବା...

Advertisement
Archives

Model This Week