ଭାରତ ମସଲା ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ଭୁବନେଶ୍ୱର,୧୬-୧୧: ଭାରତ ମସଲା ଏବଂ ଓ୍ବେଲ୍‌ବିଙ୍ଗ ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଓ୍ବାକାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୦୦ ଲୋକ ଅଂଶଗ୍ରହଣ କରିଥିଲେ। ବାଲିଯାତ୍ରା ତଳ ପଡିଆରେ ଏକ ଓ୍ବାକିଂ ଟ୍ରାକ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଉଦ୍‌ଘାଟନ କରିଥିଲେ। ଓ୍ବାକାଥନ ଟିମ ଏଥିରେ ଭାଗ ନେଇଥିଲା। ଠିକ୍‌ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଚିନ୍ତା ଦୂର କରିବା, ଠିକ୍‌ ନିଦ୍ରା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଏଭଳି ଏକ ଓ୍ବାକାଥନ ଆୟୋଜନ କରାଯାଇଥିଲା। ସୁସ୍ଥ ଜୀବନଶୈଳୀ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଡି.ପି. ଚୌଧୁରୀ ଓ୍ବାକାଥନକୁ ଶୁଭାରମ୍ଭ କରିଥିଲେ। ବାରବାଟୀ କଟକ ଏମ୍‌ଏଲ୍‌ଏ ମହମ୍ମଦ ମୋକିମ, ଡିଷ୍ଟ୍ରିକ ମାଜିଷ୍ଟ୍ରେଟ ବିଏସ୍‌ ଚୟନୀ, ଓଡ଼ିଆ ଅଭିନେତା ଶ୍ରୀତମ ଦାସ, ଏସ୍‌ସିବି ମେଡିକାଲ କଲେଜ ପ୍ରଫେସର ଜୟନ୍ତ କୁମାର ପଣ୍ଡା, ଭାରତ ମସଲା ଏମ୍‌ଡି ସୁଶାନ୍ତ କୁମାର ପଣ୍ଡା ଓ୍ବାକାଥନରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୩% ବୃଦ୍ଧି

କଟକ,୨।୮: ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟରେ ୭୯୪.୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି।...

କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍‌ ବିଲ୍‌ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...

ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨:  ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।...

ପାଇକାରୀ ବଜାରରେ ଟମାଟୋ କିଲୋ ୫ ଟଙ୍କା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ କୃଷକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟା ଲାଗି ପାଇକାରୀ ବଜାରରେ ଟମାଟୋର କିଲୋ ପ୍ରତି...

ଫୋଭର ପକ୍ଷରୁ କଳାକୃତି ପ୍ରଦର୍ଶନୀ

କଲିକତା,୧୦-୬: ମୋବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ କଲିକତା ସ୍ଥିତ ଏହାର ପ୍ରିମିୟମ ବ୍ରାଣ୍ଡ ଶୋ’ରୁମ ‘ଫୋଭର’ରେ ଏକ ଆର୍ଟ ଏକ୍‌ଜିବିଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି।...

ପିଏଫ୍‌ ଆକାଉଣ୍ଟରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ,୩୧-୮: ଚାକିରିରତ କର୍ମଚାରୀଙ୍କ ପାଇଁ ଖୁସୀଖବର। ଭବିଷ୍ୟନିଧି ଆକାଉଣ୍ଟ(ପିଏଫ ଆକାଉଣ୍ଟ)ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫% ସୁଧ ହାର ମିଳିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ...

ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ...

Advertisement


Archives

Model This Week