Posted inଖେଳ

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏ ଗୋଲସ୍କୋର କରିବାରେ ସଫଳ ହୋଇଥିଲେ। ସ୍ଥାନୀୟ ନ୍ୟାଶନାଲ ଟ୍ରେନିଂ ସେଣ୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଆରମ୍ଭରୁ ଉଭୟ ଦଳ ବେଶ୍‌ ସତର୍କତାର ସହ ଖେଳିଥିଲେ। ତେବେ ୩୯ତମ ମିନିଟ୍‌ରେ ଭିଏତ୍‌ନାମ ଅଗ୍ରଣୀ ହାସଲ କରିଥିଲା। ଥାଇ ଥି ଥାଓଙ୍କ ଗୋଲ ବଳରେ ଘରୋଇ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ତେବେ ଭାରତ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଗୋଲ ଶୁଝାଇବାରେ ସକ୍ଷମ ହୋଇଥିଲା। ରଞ୍ଜାନ ଚାଣୁ ଭାରତ ପାଇଁ ଏହି ଗୋଲଟି ଦେଇଥିଲେ। ମ୍ୟାଚ୍‌ ଶେଷ ସୁଦ୍ଧା ଉଭୟ ଦଳ ପକ୍ଷରୁ ଆଉ କୌଣସି ଗୋଲ ହୋଇ ନ ଥିଲା। ଫଳରେ ୧-୧ରେ ଡ୍ର ରହିଥିଲା। ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୦-୩ ଗୋଲରେ ପରାସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ...

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର...

ଦକ୍ଷିଣ ଆଫ୍ରିକା ଗସ୍ତ ଉପରୁ ହଟିଲା କଳାବାଦଲ

କୋଲକାତା, ୪ା୧୨: ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ସତ୍ତ୍ୱେ ଭାରତୀୟ ଦଳ ଏହି ଦେଶକୁ ଖେଳିବା ପାଇଁ ଗସ୍ତ କରିବ। ତେବେ ଉଭୟ ଦେଶର...

ଗୋଟିଏ ବଲ୍‌ରୁ ୮ ରନ୍‌ରେ କରିଥିଲେ ଏହି କ୍ରିକେଟର୍‌: ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ୍‌ ଜନ୍‌ ରାଇଟ୍‌ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ନ୍ୟୁଜିଲାଣ୍ଡର ସଫଳ କ୍ରିକେଟ୍‌ର ଭାବେ ଜଣାଶୁଣା ରାଇଟ୍‌ ୨୦୦୦ରୁ...

ବାଙ୍ଗାଲୋର ବିପକ୍ଷରେ ତ୍ରୁଟି ସୁଧାରିବା ଲକ୍ଷ୍ୟରେ କୋଲକାତା

ଆବୁଧାବି,୨୧।୧୦(ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୯ତମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ...

ଆରସିବିକୁ ଶକ୍ତ ଧକ୍କା: ଯୁବ ଓପନର ପଡିକାଲ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଆଉ ମାତ୍ର ୫ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ...

ବାବରଙ୍କ ଶତକ: ପାକିସ୍ତାନର ଦମ୍‌ଦାର ବିଜୟ

ସେଞ୍ଚୁରିୟନ,୧୫।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୯ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ...

ରୋଚ୍‌ଙ୍କ ଜନ୍ମଦିନ ପାଳିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ...

Advertisement
Archives

Model This Week