Posted inଜାତୀୟ

ଭାରତ ବନ୍ଦବେଳେ ପଶ୍ଚିମବଙ୍ଗରେ ହିଂସା: ପୋଲିସ ଗାଡ଼ି ପୋଡ଼ିଲେ: ୫୫ ଗିରଫ

କୋଲକାତା,୯ା୧: ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ବୁଧବାର ପଶ୍ଚିିମବଙ୍ଗରେ ଏହାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମାଲ୍‌ଦାର ସୁଜାପୁର ଅଞ୍ଚଳରେ ଟ୍ରେଡ୍‌ ୟୁନିୟନର ସମର୍ଥକମାନେ ଦୁଇଟି ପୋଲିସ ଗାଡ଼ି ପୋଡ଼ିଦେବା ସହ ଟେକାପଥର ମାଡ଼ କରିଥିଲେ। ଜାତୀୟ ରାଜପଥ ୩୪ରେ ବାଧ୍ୟହୋଇ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ବ୍ଲାଙ୍କ୍‌ ଫାୟାରିଂ କରିଥିଲା। ପରିସ୍ଥିତିକୁ ଦେଖି ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା ମାଲ୍‌ଦା ଏସ୍‌ପି ଆଲୋକ ରାଜୋରିଆ ପ୍ରକାଶ କରିଛନ୍ତି। ସେପଟେ ସୁଜାପୁରର କଂଗ୍ରେସ ବିଧାୟକ ଇଶା ଖାନ୍‌ ପୋଲିସ ପୋଷାକରେ ଆସି ଜଣେ ବ୍ୟକ୍ତି ନିଆଁ ଲଗାଉଥିବା ଏକ ଭିଡିଓ ଫୁଟେଜ୍‌ ଦେଖାଇଥିଲେ। କଂଗ୍ରେସ କାର୍ଯ୍ୟକର୍ତ୍ତା କୌଣସି କ୍ଷୟକ୍ଷତି କରି ନ ଥିବା ସେ ଦର୍ଶାଇଛନ୍ତି। ମାଲ୍‌ଦାର ସିପିଆଇ ଜିଲା ସମ୍ପାଦକ ଅମ୍ବର ମିତ୍ର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିବା ଓ କୌଣସି ପୋଡ଼ାଜଳା କରାଯାଇ ନ ଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନ୍ଦ ପାଳନ ଯଥାର୍ଥ ବୋଲି କହିଥିବାବେଳେ ହିଂସାକୁ ଆମେ ସମର୍ଥନ କରୁନାହୁଁ ବୋଲି ପ୍ରକାଶ କରିଛନ୍ତି। ବାମପନ୍ଥୀମାନେ ପବ୍ଲିସିଟି ଲାଗି ଏଭଳି ହିଂସାକାଣ୍ଡ କରୁଛନ୍ତି ବୋଲି ସେ କହିଛନ୍ତି। ଗତମାସରେ ସିଏଏକୁ ବିରୋଧ କରି ଏଠାରେ ବିକ୍ଷୋଭ କରାଯିବା ସହ ବ୍ୟାପକ ପୋଡ଼ାଜଳା କରାଯାଇଥିଲା। ଟ୍ରେନ୍‌, ବସ୍‌ରେ ନିଆଁ ଲଗାଯିବା ସହ ରେଲ୍‌ଓ୍ବେ ଷ୍ଟେଶନରେ ବ୍ୟାପକ ପୋଡ଼ାଜଳା କରାଯାଇଥିଲା। ଭାରତ ବନ୍ଦବେଳେ ରାଜ୍ୟରେ ରେଳ, ସଡ଼କ ପରିବହନ ବନ୍ଦ ରହିଥିବାବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ପୋଲିସ ମୋଟ ୫୫ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri