ଭାରତ ପ୍ରତି ମୁହଁ ମୋଡୁଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ ଅଟକିଛି। ସରକାରଙ୍କ ଫୋକସ ଏବେ ରାଜନୈତିକ ପ୍ରସଙ୍ଗ ଉପରକୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏଥି ଲାଗି ଉଭୟ ଘରୋଇ ଏବଂ ବିଦେଶର ନିବେଶକମାନେ ଭୟଭୀତ ହୋଇ ଭାରତରେ ନିବେଶ ଲାଗି ମୁହଁ ମୋଡୁଥିବା ଫ୍ରାନ୍ସ ଅର୍ଥନୀତିଜ୍ଞ ଗାଏ ସୋରମାନ ମତ ଦେଇଛନ୍ତି।
ସୋରମାନ ଅର୍ଥନୀତି ସହ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଇକୋନୋମିକ୍ସ ଡଜ୍‌ ନଟ୍‌ ଲାଏ, ଏ ଡିଫେନ୍ସ ଅଫ୍‌ ଫ୍ରି ମାର୍କେଟ ଇନ୍‌ ଏ ଟାଇମ ଅଫ୍‌ କ୍ରାଇସିସ ଭଳି ପୁସ୍ତକ ସାମିଲ ରହିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ସଂରକ୍ଷଣବାଦ ଦୃଢ ହେଉଛି। ମୋଦି ପ୍ରଥମେ ଉଦ୍ୟୋଗୀଙ୍କୁ ପ୍ରାଥମିକତା ଦେବା ସ୍ବରୂପ ଏକ ଭାରତକୁ ଏକକ ବଜାର, ଲାଇସେନ୍ସ ରାଜ ବନ୍ଦ କରିବା, ଦୁର୍ନିତୀ ବିରୋଧି ପଦକ୍ଷେପ ଏବଂ ମେକ୍‌ ଇନ ଇଣ୍ଡିଆ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ମାତ୍ର ହଠାତ ଏହା ଅଧାରେ ରହି ଯାଇଛି। ସରକାର ଏବେ ନିଜେ ଅର୍ଥନୈତିକ ଏଜେଣ୍ଡାରୁ ଧ୍ୟାନ ହଟାଇ ଦେଇଛନ୍ତି। ସରକାର ରାଜନୈତିକ ପ୍ରସଙ୍ଗ ଉପରେ ଏବେ ଅଧିକ ଫୋକସ କରୁଥିବାରୁ ଭାରତ ଏବଂ ମୋଦି ସରକାରଙ୍କ ଲାଗି ଏହା ଏକ ପ୍ରତିଛବି ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ ହିନ୍ଦୁତ୍ୱ ଏବଂ ନାଗରିକତ୍ୱ ଆଇନ ନେଇ ସେ କିଛି ମତ ଦେବାକୁ ଚାହଁୁ ନ ଥିବା କହିଛନ୍ତି। ଏହା ତାଙ୍କର ପରିସର ବାହାରେ ଥିବା ସେ ପ୍ରକାଶ କରିଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଚାଲୁଥିବା ବେଳେ ଭାରତର ଅର୍ଥନୀତିକୁ ନେଇ ଚିନ୍ତିତ ଥିବା ସେ ମତ ଦେଇଛନ୍ତି। ନିବେଶ ଏବଂ ଅନୁଷ୍ଠାନଗୁଡିକର ବିଶ୍ୱାସ ପ୍ରସଙ୍ଗ ଦୃଢ ଭାବେ ଜଡିତ ରହିଥିବା ପ୍ରାୟ ଅଧିକାଂଶ ବିଶ୍ୱାସ କରି ନ ଥାନ୍ତି। ସେହିଭଳି ପରିସଂଖ୍ୟାନ ଉନ୍ନତ ଡାଟାର ଅଭାବ, ଜିଡିପି ମାପିବା ଲାଗି ଭାରତରେ ଠିକ୍‌ ପଦ୍ଧତିକୁ ନେଇ ସୋରମାନ ପ୍ରଶ୍ନ ଉଠାଇଛନ୍ତି। ଦେଶର ଅଭିବୃଦ୍ଧି ହାର ବର୍ତ୍ତମାନ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ ସେପ୍ଟେମ୍ବର ତ୍ରୈମାସରେ ଏହା ୪.୫%କୁ ଖସିଛି। ମାନ୍ଦାବସ୍ଥା ଯୋଗୁ ଭାରତରେ ନିବେଶ, ଚାହିଦା ଏବଂ ନିଯୁକ୍ତି ମଧ୍ୟ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri