ଭାରତ-ଚାଇନା ସୀମା ବିବାଦ ନେଇ ଭଲ ମୁଡ୍‌ରେ ନାହାନ୍ତି ମୋଦି: ଟ୍ରମ୍ପ୍‌

ୱାଶିଂଟନ,୨୯।୫: ଭାରତ ଓ ଚାଇନା ସୀମା ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ମୋଦିଙ୍କ ମୁଡ ଆଦୌ ଭଲ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଉଭୟ ଦେଶର ବିବାଦରେ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତାବ ଦେଇଥିବା ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ସବୁଠାରୁ ବଡ ବିବାଦ ଚାଲିଛି। ମୁଁ ମୋଦିଙ୍କୁ ବହୁତ ପସନ୍ଦ କରେ। ସେ ଜଣେ ଭଦ୍ରଲୋକ। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଆଗକୁ ବଡ ରୂପ ଧାରଣ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ନିଶ୍ଚିତ ସହଯୋଗ କରିବି। ଭାରତ-ଚାଇନା ଏହି ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଆସନ ଟଳମଳ

ଇସଲାମାବାଦ୍‌,୧୮।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର...

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩...

କରୋନାର ସ୍ପ୍ରେଡ୍ ମ୍ୟାପ୍‌: ଚାଇନାରୁ ଆରମ୍ଭ; ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ୫୦ରୁ ଅଧିକ ଦେଶରେ ସଂକ୍ରମିତ

ୱାଶିଂଟନ, ୪ ।୪: କରୋନା ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି । ଏହାର ଆରମ୍ଭ ଚାଇନାର ଉହାନସ୍ଥିତି ମାଂସ ବଜାରରୁ...

ମହାକାଶକୁ ଯିବେ ବେଜୋସ୍‌

ଆମାଜନ୍‌ ପ୍ରତିଷ୍ଠାତା ତଥା ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶକୁ ଯିବେ। ବ୍ଲୁ ଅରିଜିନ୍‌ ଦ୍ୱାରା ପଠାଯାଉଥିବା ପ୍ରଥମ...

ସ୍ବିଡେନରେ ନାହିଁ ଲକ୍‌ଡାଉନ

ଷ୍ଟକ୍‌ହୋମ,୨୨।୪: ସ୍ବିଡେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୭୭ରେ ପହଞ୍ଚି ଥିବାବେଳେ ୧,୫୮୦ ଜଣଙ୍କ ଜୀବନ ଯାଇଛି। ତେବେ ଏହାର ମୁକାବିଲା ପାଇଁ ସ୍ବିଡେନରେ ଲକ୍‌ଡାଉନ କଟକଣା...

ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା...

ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି...

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ...

Advertisement
Archives

Model This Week