Posted inଖେଳ

ଭାରତ-ଓ୍ବେଷ୍ଟଇଣ୍ଡିଜ ସ୍ପିନରଙ୍କ ଅଲୋଡ଼ା ରେକର୍ଡ

ଚେନ୍ନାଇ, ୧୭।୧୨- ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍‌ ସାଧରଣତଃ ସ୍ପିନ ଅନୁକୂଳ। ତିନିଥର ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସେଥିପାଇଁ ଘରୋଇ ମ୍ୟାଚ୍‌ରେ ସଫଳତା ପାଇବା ଲାଗି ଏହାର ଦଳରେ ସ୍ପିନରଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ରବିବାର ଏଠାରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଚେପକ୍‌ ପିଚ୍‌ ସ୍ପିନରଙ୍କୁ ନିରାଶ କରିଥିଲା। ମ୍ୟାଚ୍‌ରେ ଉଭୟ ଦଳର ସ୍ପିନର ମିଳିତ ଭାବେ ୩୩ ଓଭର (୧୯୮ ବଲ୍‌) ବୋଲିଂ କରିଥିଲେ ମଧ୍ୟ ଜଣେ ହେଲେ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବାରେ ସଫଳ ହୋଇପାରି ନ ଥିଲେ।
ମ୍ୟାଚ୍‌ରେ ମୋଟ୍‌ ୧୦ ଉଇକେଟ୍‌ ପଡ଼ିଥିଲା। ସେଥିରୁ ଭାରତର ୮ ଓ ଓ୍ବେଷ୍ଟଇଣ୍ଡିଜର ୨ଜଣ ବ୍ୟାଟ୍ସମ୍ୟାନ ଆଉଟ୍‌ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଦ୍ରୁତ ବୋଲର ଶେଲଡନ୍‌ କଟ୍ରେଲ, ଅଲ୍‌ଜାରୀ ଜୋସେଫ୍‌ ଓ କିମୋ ପଲ୍‌ ୨ଟି ଲେଖାଏ ଓ ଅଧିନାୟକ କିରନ ପୋଲାର୍ଡଙ୍କୁ ଗୋଟିଏ ଉଇକେଟ୍‌ ମିଳିଥିଲା। ରବୀନ୍ଦ୍ର ଜାଡେଜା ରନ୍‌ ଆଉଟ୍‌ ହୋଇଥିଲେ। ଭ୍ରମଣକାରୀ ଦଳର ଦୁଇ ସ୍ପିନର ହେଡେନ ଓ୍ବାଲ୍ସ ଓ ରୋଷ୍ଟନ ଚେଜ୍‌ ଯଥାକ୍ରମେ ୫ ଓ ୭ ଓଭର ବୋଲିଂ କରିଥିଲେ ମଧ୍ୟ ଉଇକେଟଶୂନ୍ୟ ରହିଥିଲେ। ଅପରପକ୍ଷରେ ଭାରତ ପକ୍ଷରୁ ଦୀପକ ଚହର ଓ ମହମ୍ମଦ ସାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। କିନ୍ତୁ କୁଲଦୀପ ଯାଦବ ଓ ଜାଡେଜା ୧୦ ଓଭର ଲେଖାଏ ଏବଂ କେଦାର ଯାଦବ ଗୋଟିଏ ଓଭର ବୋଲିଂ କରିଥିଲେ ମଧ୍ୟ ଗୋଟିଏ ବି ଉଇକେଟ୍‌ ସଫଳତା ପାଇ ନ ଥିଲେ। ମ୍ୟାଚ୍‌ରେ ଭାରତ (୧୨୬ ବଲ୍‌) ଓ ଓ୍ବେଷ୍ଟଇଣ୍ଡିଜ (୭୨) ବୋଲର ମିଳିତ ଭାବେ ୧୯୮ ବଲ୍‌ ପକାଇଥିଲେ।
ସ୍ପିନରଙ୍କ ଦ୍ୱାରା ଭାରତ ମାଟିରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ ହୋଇଛି। ଏଥିପୂର୍ବରୁ ୨୦୦୦ ମସିହାରେ ପୁନେଠାରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ସ୍ପିନର ୧୭୫ ବଲ୍‌ ପକାଇଥିଲେ ମଧ୍ୟ ଉଇକେଟ୍‌ ପାଇ ନ ଥିଲେ। ସେହିଭଳି ୧୯୮୯ରେ ମୁମ୍ବାଇଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ସ୍ପିନର ୧୬୨ ବଲ୍‌ ବୋଲିଂ କରି ନିରାଶ ହୋଇଥିଲେ। କିନ୍ତୁ ୨୦୦୧ରେ ଢାକାଠାରେ ଘରୋଇ ବାଂଲାଦେଶ ଓ ଜିମ୍ବାଓ୍ବେ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ ସ୍ପିନରଙ୍କ ପାଇଁ ସବୁଠାରୁ ଖରାପ ରହିଥିଲା। ଏହି ମ୍ୟାଚ୍‌ରେ ଉଭୟ ଦଳର ସ୍ପିନର ମିଳିତ ଭାବେ କୌଣସି ଉଇକେଟ୍‌ ନ ପାଇ ୨୨୮ ବଲ୍‌ ପକାଇଥିଲେ। ସେହିଭଳି ୨୦୧୧ରେ ହରାରେଠାରେ ଜିମ୍ବାଓ୍ବେ ଓ ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ୨୨୨ ବଲ ପକାଇ ସ୍ପିନର ଉଇକେଟ୍‌ଶୂନ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?