ଭାରତ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଓ୍ବାଶିଂଟନ,୧୪-୧୦: ଭାରତ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଥିଲେ ମଧ୍ୟ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି। ୨୦୧୯ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬%କୁ ହ୍ରାସ କରାଯାଇଥିଲେ ମଧ୍ୟ ଭାରତ ନିକଟରେ ଅଭିବୃଦ୍ଧିର ବିପୁଳ ସମ୍ଭାବନା ଏବେ ବି ରହିଛି ବୋଲି ବିଶ୍ୱ ବ୍ୟାଙ୍କ ଦକ୍ଷିଣ ଏସିଆ ଅର୍ଥନୀତିଜ୍ଞ ହଂସ ତିମର ରବିବାର କହିଛନ୍ତି। ୨୦୨୧ ଏବଂ ୨୦୨୨ରେ ଭାରତର ଅଭିବୃଦ୍ଧି ଉନ୍ନତ ସ୍ଥିତିକୁ ଫେରିବ। ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ସହ ନିବେଶ ଚାହିଦା କମିଯାଇଛି। ୨୦୧୬ରେ ଅଭିବୃଦ୍ଧି ହାର ୮.୨% ରହିଥିବା ବେଳେ ଏହା ୨ ବର୍ଷରେ ବର୍ତ୍ତମାନ ୨.୨% କମିଥିବା ତିମର ମତ ରଖିଛନ୍ତି। ବର୍ତ୍ତମାନର ହ୍ରାସ ଏତେ ବଡ ନୁହେଁ। ୨୦୦୯ ଏବଂ ୨୦୧୨ର ମାନ୍ଦାବସ୍ଥା ସହ ତୁଳନା କଲେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିୟନ ବ୍ୟାଙ୍କ ପକ୍ଷରୁ ନୂଆ ଆଇଏଫ୍‌ଏସ୍‌ସି କୋଡ୍‌

ନୂଆଦିଲ୍ଲୀ,୭ା୩:  ପୂର୍ବ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ଗୁଡିକର ଆଇଏଫଏସସି କୋଡର ପରିବର୍ତ୍ତନ କରାଯାଇଛି।୨୦୨୧ ଏପ୍ରିଲ ୧ରୁ ଏହି ୨ଟି ବ୍ୟାଙ୍କର ପୂର୍ବ ଆଇଏଫଏସସି ଆଉ...

ଆଇଟିସିର ନୂଆ ବି’ନାଚୁରାଲ ଉନ୍ମୋଚନ

ମୁମ୍ବାଇ,୧୫-୫: ପ୍ରମୁଖ କମ୍ପାନୀ ଆଇଟିସିର ଫୁଡ ଡିଭିଜନ ପକ୍ଷରୁ ଏହାର ବିନାଚୁରାଲ ରେଞ୍ଜରେ ଫ୍ରୁଟ ବେଭରେଜ ପ୍ରଡକ୍ଟ ବଜାରକୁ ଆସିଛି। ଏହା ପ୍ରିମିୟମ ଫ୍ରୁଟ ବେଭରେଜ...

ଅକ୍ଟୋବରରେ ୫.୫ ଲକ୍ଷ ନିଯୁକ୍ତି କମିଲା

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ କରିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ କଟକଣା ବର୍ତ୍ତମାନ କୋହଳ ହେଉଛି। ଫଳରେ ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର...

ଡିଇପିଏମ୍‌ ରେଟ୍‌ ସିଷ୍ଟମ ଜାରି ରହିବ; ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ(ଡିଇପିଏମ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ପୂର୍ବଭଳି ଜାରି ରହିବ। ରାଜ୍ୟ ସରକାର ଶିଳ୍ପ...

ଆମ୍ରି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଡଟ୍‌ କମ୍‌ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ୱ...

ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ...

ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ର ପୁନରୁଜ୍ଜୀବନ ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର କ୍ଷତିରେ ଚାଲୁଥିବା ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇବେ ନାହିଁ। ଏହି...

ଆର୍‌ବିଆଇର ବଳକା ଅର୍ଥ ପ୍ରଦାନ; ଜଲାନ କମିଟିରେ ହେଉନି ସହମତି

ନୂଆଦିଲ୍ଲୀ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବଳକା ଅର୍ଥ ପ୍ରଦାନକୁ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଗଠିତ ୬ ଜଣିଆ ବିମଳ ଜଲାନ କମିଟିରେ ସହମତି ପ୍ରକାଶ...

Advertisement


Archives

Model This Week