Posted inଜାତୀୟ

ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସାମରିକ ବାହିନୀ ତିଆରି କରୁଛି ଆଇଏସ୍‌ଆଇ: ଦାଉଦ୍‌ ଇବ୍ରାହିମ୍‌ଙ୍କୁ ମିଳିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ଠିକା

ନୂଆଦିଲ୍ଲୀ,୨୩।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଏକ ସାମରିକ ବାହିନୀ ମଧ୍ୟ ଗଠନ କରାଯିବାର ଯୋଜନା କରାଯାଇଛି। ଏହି ସାମରିକ ବାହିନୀ ଳାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଠିକା ମିଳିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଦାୟିତ୍ୱ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ସମୁଦ୍‌ ଅସଗର ତାଙ୍କ ଭାଇ ରଉଫ୍‌ ମହମ୍ମଦ ଅସଗରଙ୍କୁ ଦିଆଯାଇଛି ବୋଲି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କେରନ୍‌ ଏବଂ କରଓ୍ବା ସେକ୍ଟର ପଟୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇ ଯୋଜନା କରିଛି। ଏହି ଆତଙ୍କବାଦୀ ଦଳରେ ଲଶ୍କର-ଇ-ତୋଏବାର ୨୮ ଜଣ ସଦସ୍ୟ ଥିବାବେଳେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର ୧୨ , ଜୈଶ୍‌-ଇ-ମହମ୍ମଦ୍‌ର ୧୫ ଏବଂ ୧୫ ଜଣ ଆଫଗାନୀସ୍ତାନ ଆତଙ୍କବାଦୀ ରହିଛନ୍ତି। ଆତଙ୍କବାଦୀଙ୍କୁ ପଞ୍ଜାବ ଏବଂ ରାଜସ୍ଥାନ ପଟୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ମାଛିଲ୍‌ ଏବଂ ଗୁରେଜ୍‌ ସେକ୍ଟର ଦେଇ ସେମାନଙ୍କୁ ଭାରତ ଭିତରକୁ ଅଣାଯିବା ଲାଗି ଉଦ୍ୟମ ହେଉଛି। ୧୫ ଜଣ ଆତଙ୍କବାଦୀଙ୍କୁ ଏନେଇ ହିନ୍ଦୀ ଭାଷାର କୋଚିଂ ମଧ୍ୟ ଦିଆଯାଇଥିବା ଗୋଇନ୍ଦା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୨।୪: ଦେଶରେ ପୁଣି ଥରେ ଅନେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ଏନେଇ...

ସଂସଦୀୟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ, ୧୦।୧୦: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଶନିବାର ବିଭିନ୍ନ ସଂସଦୀୟ ଷ୍ଟାଣ୍ଡିଂ କମିଟିର...

ତିନି ଦିନିଆ ଗୁଜରାଟ ଗସ୍ତରେ ମୋଦି, ବିଧାନସଭା ନିର୍ବାଚନ ପୂର୍ବରୁ ଦେବେ ବିକାଶର ‘ବୁଷ୍ଟର ଡୋଜ’

ନୂଆଦିଲ୍ଲୀ,୯ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହାପରେ ସେ ୧୧ ଅକ୍ଟୋବରକୁ...

ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି...

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର...

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି ।...

ମାତ୍ର ୩୫ ମିନିଟ୍‌ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି

ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ...

ଶରଦ ପାୱାରଙ୍କୁ ଭେଟିବେ ନୀତୀଶ

ମୁମ୍ବାଇ: ୮।୫: ୨୦୨୪ ଲୋକ ସଭା ପୂର୍ବରୁ ବିରୋଧୀ ଦଳ ମଜବୁତ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week