Posted inଜାତୀୟ

ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଟୁଇଟ କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ଗସ୍ତ। ତାଙ୍କ ସ୍ବାଗତ ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଉ କିଛି ସମୟ ପରେ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଓ ପରିବାରଙ୍କ ସହ ଗୁଜରାଟ ଅହମଦାବାଦରେ ପହଞ୍ଚିବେ। ତେବେ ଭାରତ ଆସିବା ପୂର୍ବରୁ ଟ୍ରମ୍ପ ହିନ୍ଦୀରେ ଏକ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଭାରତକୁ ଆସିବା ପାଇଁ ମନରେ ବହୁ ଉତ୍କଣ୍ଠା ଭରି ରହିଛି। ଆଉ କିଛି ସମୟ ପରେ ସମସ୍ତଙ୍କୁ ଭେଟିବି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ପରିବାର ସହ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ବାଗତ କରିବେ। ଏହାପରେ ୨ଦେଶର ୨ ହାଇଭୋଲଟେଜ୍‌ ନେତା ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିପାଇଁ ମୋଦି ଅହମଦାବାଦରେ ମଧ୍ୟ ପହଞ୍ଚିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିବେ ନଡ୍ଡା

ନୂଆଦିଲ୍ଲୀ,୧୪।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ...

ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର

ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ...

ପ୍ରଧାନମନ୍ତ୍ରୀ ହେବାକୁ ମୋର ଇଚ୍ଛା ନାହିଁ: ନୀତୀଶ କୁମାର

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ଗସ୍ତ ସମୟରେ ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଉଭୟ ନେତା ଗଣମାଧ୍ୟମ...

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ...

ବିଭ୍ରାନ୍ତିକର ବିଜ୍ଞାପନ ରୋକିବାକୁ କେନ୍ଦ୍ରର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍‌ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି।...

ଅଲ୍‌ ଆଉଟ୍‌ ମିଶନ୍‌ରେ ସେନା: ଭୁଶୁଡ଼ିବାରେ ଲାଗିଛି ଆତଙ୍କବାଦୀ ଦୁର୍ଗ; ଭାରତୀୟ ଅଲ୍‌ କାଇଦା ମୁଖ୍ୟ ଲଲହାରି ନିହତ

ଶ୍ରୀନଗର,୨୩।୧୦: ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ୍‌ ଆଉଟ୍‌ ମିଶନ୍‌ ଜାରି ରହିଛି। ଏହାର ପ୍ରଭାବରେ ଧୀରେ ଧୀରେ ଆତଙ୍କବାଦୀ ଦୁର୍ଗ ଭୁଶୁଡ଼ିବାରେ...

ମେଡ୍‌ ଇନ୍‌ ଇଣ୍ଡିଆ ତୋପରୁ ତ୍ରିରଙ୍ଗାକୁ ସଲାମୀ…

ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ...

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ...

Advertisement
Archives

Model This Week