Posted inଜାତୀୟ

ଭାରତୀୟ ବେଶଭୂଷାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟକୁ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ସେ ଧଳା ଧୋତି ଏବଂ ନାରଙ୍ଗୀ କୁର୍ତ୍ତା ପିନ୍ଧିଥିବାର ଦେଖାଯାଇଥିଲା। ଏହାର ଏକ ଭିଡିଓ ନିଜ ଟୁଇଟରରେ ଅପଲୋଡ କରିଛନ୍ତି ବେଜୋସ କହିଛନ୍ତି, ଏବେ ଭାରତରେ ଅଛି, ଯିଏ ପ୍ରକୃତରେ ଦୁନିଆ ବଦଳାଇଦେଇଛନ୍ତି ତାଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ମହାତ୍ମା ଗାନ୍ଧୀ କହିଥିଲେ, ଜୀବନରେ ଏମିତି ବଞ୍ଚନ୍ତୁ, ଯେମିତି କାଲି ଶେଷ ଦିନ। ଏମିତି କିଛି ଶିଖନ୍ତୁ, ଯେମିତି ସବୁବେଳେ ଏଠାରେ ରହିବାର ଅଛି ବୋଲି ବେଜୋସ କହିଛନ୍ତି। ସୂଚନାଯୋଗ୍ୟ, ଅନଲାଇନ୍‌ ରିଟେଲର୍‌ ପକ୍ଷରୁ ଦୁଇଦିବସୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ବେଜୋସ ଭାରତ ଗସ୍ତରେ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌...

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା...

ଶେଷରେ କୋଭାକ୍ସିନକୁ ମିଳିଲା ‘ହୁ’ର ମାନ୍ୟତା

ନୂଆଦିଲ୍ଲୀ,୩।୧୧: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ’କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମଞ୍ଜୁରୀ ମିଳିଛି। ଜରୁରିକାଳୀନ ବ୍ୟବହାର ପାଇଁ ବୈଷୟିକ କମିଟି ଅନୁମତି...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ରବିବାର ମୋହରାବଦି ଗ୍ରାଉଣ୍ଡରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ...

୧୦୨ ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ୟୁଏପିଏରେ ମାମଲା ଦାୟର, ରହିଛନ୍ତି ସୁପ୍ରିମକୋର୍ଟର ୪ ଓକିଲ

ଅଗରତାଲା,୭ ।୧୧: ଅପରାଧ ଷଡଯନ୍ତ୍ର, ଠକେଇ ଭଳି ମାମଲାରେ ଜଡିତ ଥିବା ପ୍ରାୟ ୧୦୨ ସୋସିଆଲ ମିଡିଆ ଆକାଣ୍ଟଧାରୀଙ୍କ ବିରୋଧରେ ୟୁଏପିଏ ଅଧିନରେ ମାମଲା ଦାୟର...

କରୋନା କରିଛି ଅଚଳାବସ୍ଥା

ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍‌ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ...

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଇକେଲରେ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୯: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଙ୍ଗଳବାର ସାଇକେଲ ଯୋଗେ ରାଜଧାନୀ ଦିଲ୍ଲୀର ହୟାତ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ସେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ରିଜିଓନାଲ...

Advertisement
Archives

Model This Week