ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଫେବୃୟାରୀରେ ମୋଟ ୧୧, ୧୮୨ କୋଟି ଟଙ୍କା ନିବେଶ କରିଥିବା ବେଳେ ଏହା ମାର୍ଚ୍ଚରେ ୪୫,୯୮୧ କୋଟି ଟଙ୍କା ରହିଥିଲା। ଜାନୁୟାରୀରେ ଉଭୟ ଡେଟ୍‌ ଏବଂ ଇକ୍ୱିଟି ବାବଦକୁ ଏହି ନିବେଶକମାନେ ୫,୩୬୦ କୋଟି ଟଙ୍କାର ପୁଞ୍ଜି କାଢି ନେଇଥିଲେ।

ଏପ୍ରିଲ ୧ରୁ ୧୬ ମଧ୍ୟରେ ଏଫ୍‌ପିଆଇ ମାନେ ୧୪,୩୦୦,୨୨ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବା ବେଳେ ଡେଟ୍‌ ବଜାରରୁ ୩,୨୮୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଏହାକୁ ଧରିଲେ ଏମାନଙ୍କ ପକ୍ଷରୁ ମୋଟ୍‌ ନେଟ୍‌ ନିବେଶ ୧୧, ୦୧୨ କୋଟି ଟଙ୍କା ରହିଥିବା ଷ୍ଟକ ବଜାର ଡିପୋଜିଟୋରୀ ତଥ୍ୟରୁ ଏହା ସାମ୍ନାକୁ ଆସିଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଏକ ସ୍ଥିର ସରକାର ଆସିବା ନେଇ ନିବେଶକମାନେ ବେଶ ଆଶାବାଦୀ ଥିବା ଗ୍ରୋଥଡବ୍ଲ୍ୟୁ  ନାମକ ନିବେଶ ସଂସ୍ଥା ଆନାଲିଷ୍ଟ ହରିଶ ଜୈନ କହିଛନ୍ତି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏହାକୁ ଧ୍ୟାନରେ ରଖି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ନିବେଶ ଧାରା ଜାରି ରଖିଥିବା ମର୍ଣ୍ଣିଂଷ୍ଟାରର ବରିଷ୍ଠ ଆନାଲିଷ୍ଟ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ୨୦୧୮ର ବଜାରସ୍ଥିତି ସତ୍ତ୍ୱେ ଭାରତ ଭଲ ପ୍ରଦର୍ଶନ କରୁଥିବା ସେ କହିଛନ୍ତି। ଚଳିତ ବର୍ଷ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି। ଭାରତୀୟ ବଜାର ଏହି ଧାରା ଲାଗି ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି ଦୁଇ ଭାଇ

ନୂଆଦିଲ୍ଲୀ: ବ୍ରିଟିଶ କମ୍ପାନୀ ବୁଟ୍ସ କାରବାର ପାଇଁ ପ୍ରାୟ ୬୫,୮୬୫ କୋଟି ଟଙ୍କା (୮.୫ ବିଲିୟନ ଡଲାର)ର ମୂଲ୍ୟ ରଖାଯାଇଛି। ଏହି ଡିଲ୍‌ ଦୁନିଆର ସବୁଠୁ...

୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ

ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା...

୭୮୦୦କୋଟି ଟଙ୍କା ସଂଗ୍ରହ କରିବ ମଣପୁରମ୍‌ ଫାଇନାନ୍ସ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୭,୮୦୦କୋଟି ଟଙ୍କା ସଂଗ୍ରହ ପ୍ରସ୍ତାବକୁ ଏହାର ବୋର୍ଡ ଅନୁମୋଦନ କରିଥିବା ମଣପୁରମ୍‌ ଫାଇନାନ୍ସ ପକ୍ଷରୁ ଶନିବାର ସୂଚନା...

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

ପରିଚାଳନା ବନ୍ଦ କଲା ଏୟାର ଡେକାନ

ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍‌ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ...

ଟେଲିକମ୍‌ ନେଟଓ୍ବର୍କ ପୁନରୁଦ୍ଧାର ହେଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ) ବାତ୍ୟା ପରେ ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲାରେ ଟେଲିକମ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ,ଖୋର୍ଦ୍ଧା, କଟକ ଭଳି ଜିଲାଗୁଡିକରେ ଟେଲିକମ୍‌ ଭିତ୍ତିଭୂମି...

Advertisement
Archives

Model This Week