Posted inଖେଳ

ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର

ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ କରିବେ। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମିତ ହାସନ ଅଲୀ ଏବଂ ଶାମିୟାଙ୍କ ବିବାହ ଅଗଷ୍ଟ ୨୦ ତାରିଖରେ ଦୁବାଇର ଆଟଲାଣ୍ଟିସ ପାମ ଜୁବେରା ହୋଟେଲରେ ହେବ। ଏହି ବିବାହ ଉତ୍ସବକୁ ଭାରତୀୟ ଖେଳାଳିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ହସନ କହିଛନ୍ତି। ତେବେ କେଉଁ କେଉଁ ଖେଳାଳିଙ୍କୁ ନିମନ୍ତ୍ରଣ କରାଯିବ ତାହା ଏବେ ସ୍ପଷ୍ଟ ହୋଇନାହିଁ। ଶାମିଆଙ୍କ ବିବାହ ପ୍ରସ୍ତାବ ତାଙ୍କ ଅଣଜେଜେବାପାଙ୍କ ଜରିଆରେ ହୋଇଛି। ଶାମିଆ ଏୟାର୍‌ ଏମିଟ୍ସେରେ ଫ୍ଲାଇଟ ଇଞ୍ଜିନିୟର୍‌ ଅଛନ୍ତି। ଶାମିଆ ହ୍ୟୁମାନ କମ୍ପୋଜିସନ ୟୁନିଭର୍ସିଟିରେ ଅଧ୍ୟୟନ କରିଛନ୍ତି, ଯେଉଁଠାରେ ସେ ଏରୋନଟିକାଲ ଇଞ୍ଜିନିୟରିଂରେ ବି-ଟେକ କରିଛନ୍ତି। ପ୍ରଥମେ ସେ ଜେଟ ଏୟାରୱେଜରେ ଥିଲେ। କିନ୍ତୁ ଗତ ତିନିବର୍ଷ ହେବ ସେ ଏୟାର୍‌ ଏମିରେଟ୍ସରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ କମାଲ: କେକେଆର ଆଗରେ ଛିଡ଼ା କଲେ ୨୦୫ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୪: ଚେନ୍ନାଇ ପିଚ୍‌ରେ ଅନ୍ୟ ଦଳଗୁଡ଼ିକୁ ୧୫୦ ରନ୍‌ କରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ସମାନ ପିଚ୍‌ରେ ଆରସିବି ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ...

‘ବଡ଼ ସଫଳତା ପାଇଁ କୋହଲିଙ୍କ ପାଖରେ ସମୟ ଅଛି’

ନୂଆଦିଲ୍ଲୀ,୩।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। କୋହଲିଙ୍କ ମାଇଲଷ୍ଟୋନ ମ୍ୟାଚ୍‌ ପୂର୍ବରୁ ତାଙ୍କ ପାଇଁ...

ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର

କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ...

ଖୁସି ପ୍ରକାଶ କଲେ ପୂଜାରା

ମୁମ୍ବାଇ,୨୩।୫: ଜୁଲାଇ ୧ରୁ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ଟେଷ୍ଟ ଦଳରୁ ଡାକରା ପାଇବା ପରେ ଖୁସି ପ୍ରକାଶ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ...

ପୋଲିସ୍‌ ଶିଲ୍ଡ: ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ,୧୫।୨(ପି.ଟି.): ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌...

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ...

ବିଶ୍ୱକପ୍‌ ଫାଇନାଲ ଟାଇ ହେଲେ ଚାମ୍ପିୟନ ନିର୍ଣ୍ଣୟ ଲାଗି ଦଳୀୟ ପଏଣ୍ଟକୁ ହିସାବକୁ ନିଆଯାଉ: ଚାପେଲ

ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ।...

Advertisement
Archives

Model This Week