Posted inଜାତୀୟ

ଭାରତର ହେଲା ରାଫେଲ: ପହଞ୍ଚିବାକୁ ଲାଗିବ ୮ ମାସ, ଉଡିବାକୁ ୧୮ ମାସ

ନୂଆଦିଲ୍ଲୀ,୯।୧୦: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତର ହୋଇଛି ଯୁଦ୍ଧ ବିମାନ ରାଫେଲ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସରେ ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛନ୍ତି। ଦଶହରା ଥିବାରୁ ସେଠାରେ ସେ ଶସ୍ତ୍ରପୂଜା କରିବା ପରେ ଏହି ଯୁଦ୍ଧ ବିମାନକୁ ଗ୍ରହଣ କରିଛନ୍ତି। ଏବେ ଭାରତ ଆକାଶମାର୍ଗରେ ଆହୁରି ଶକ୍ତିଶାଳୀ ହୋଇଯାଇଛି। ସବୁଠାରୁ ବଡ କଥା ହେଲା ଏହି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଆହୁରି ଲମ୍ବା ସମୟ ଲାଗିବ। ଏହା ଆସନ୍ତା ବର୍ଷ ମେ’ ମାସରେ ଭାରତ ଆସିବ ବୋଲି ଯୋଜନା ରହିଛି। ଅର୍ଥାତ୍‌ ଏହା ଭାରତ ପହଞ୍ଚିବାକୁ ୮ମାସ ଓ ଉଡିବାକୁ ୧୮ ମାସ ସମୟ ଲାଗିବ ବୋଲି କୁହାଯାଉଛି। କାରଣ ଏହାର ପାଇଲଟ, ଇଞ୍ଜିନିୟର ଓ ଟେକ୍ନିସିଆନମାନେ ଏବେ ଫ୍ରାନ୍ସରେ ପ୍ରଶିକ୍ଷଣ ନେବେ। ଏହାପରେ ଯାଇ ରାଫେଲ ଭାରତୀୟ ବାୟୁସେନାରେ ତା’ର ଶକ୍ତି ପ୍ରଦର୍ଶନ କରିବ। ଚୁକ୍ତି ଅନୁଯାୟୀ ସମସ୍ତ ୩୬ଟି ଯାକ ଯୁଦ୍ଧ ବିମାନ ୨୦୨୨ ଏପ୍ରିଲ ସୁଦ୍ଧା ଭାରତ ପହଞ୍ଚିବ ବୋଲି ସୂଚନା ମିଳିଛି। ତେବେ ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସଠାରୁ ଭାରତ ଏହି ଯୁଦ୍ଧ ବିମାନ କ୍ରୟ କରିବ ବୋଲି ଚୁକ୍ତି ହୋଇଥିଲା। ୩୬ଟି ବିମାନ ମଧ୍ୟରୁ ୧୮ଟି ଅମ୍ବାଲା ଓ ଅନ୍ୟ ୧୮ଟି ହାସିମରା ଏୟାରବେସରେ ରଖାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ କ’ଣ ଏକମାତ୍ର ସମାଧାନ: ହାଇକୋର୍ଟ କଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିବା ନେଇ କରାଯାଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।...

ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ୧୫ ବର୍ଷୀୟା ଝିଅକୁ ବଳାତ୍କାର

ନୂଆଦିଲ୍ଲୀ,୨୫।୧: ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ଜଣେ ୧୫ ବର୍ଷୀୟା ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି ୪୨ ବର୍ଷୀୟ ବାପା। ଏଭଳି ଚକିତ କଲା ଭଳି...

କଂଗ୍ରେସ ଲଞ୍ଚ କରିପାରେ ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ

ନୂଆଦିଲ୍ଲୀ,୨୩ ।୮: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ମଙ୍ଗଳବାର ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ପାର୍ଟି ମୁଖ୍ୟାଳୟରେ...

ସମିର ଓ୍ବାନଖେଡେ , ଶାହାରୁଖଙ୍କ ବିସ୍ମୟକର ଚାଟ ଆସିଲା ସାମ୍ନାକୁ

ମୁମ୍ବାଇ,୧୯।୫: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ମାମଲାରେ ଏନସିବିର ପୂର୍ବତନ ଅଧିକାରୀ ସମିର ଓ୍ବାନଖେଡେଙ୍କ ଉପରେ ଲାଞ୍ଚ ମାଗିବା ଅଭିଯୋଗ ରହିଛି।...

ମଣିପୁର କ୍ୟାବିନେଟର ସମ୍ପ୍ରସାରଣ

ଗୁଆହାଟୀ,୧୬।୪: ମଣିପୁରରେ କ୍ଷମତାକୁ ଫେରିବାର ମାତ୍ର ଏକ ମାସ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ଶନିବାର ୬ଜଣ ନୂତନ...

ଆମେରିକାରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୨ ତାରିଖରେ ସେ ଆମେରିକାର ହୌଷ୍ଟନରେ ୫୦ ହଜାରରୁ ଊର୍ଦ୍ଧ୍ୱ...

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ...

କରୋନାକୁ ହରାଇଲା ୧ ମାସର ଶିଶୁ, ଭାବୁକ ହେଲେ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ସମୟରେ ସଂକ୍ରମଣ ତୁଳନାରେ ସୁସ୍ଥତା ହାର ବି ଭଲ...

Advertisement
Archives

Model This Week