ଭାରତର ବିକାଶ ଅନୁମାନ କମାଇଲା ଫିଚ୍‌

ନୂଆଦିଲ୍ଲୀ,୨୧-୩: ଫିଚ୍‌ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। କରୋନା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି ଉପରେ ଗଭୀର ଭାବେ ପ୍ରଭାବ ପକାଇବ ବୋଲି ଫିଚ୍‌ କହିଛି। ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ହାର ୫.୬% ରହିବ ବୋଲି ଏହା ଡିସେମ୍ବର ପୂର୍ବାନୁମାନରେ କହିଥିଲା। ଚଳିତ ଆର୍ଥତ୍କ ବର୍ଷ ବିକାଶ ହାର ୬.୫% ନେଇ ଏହି ଏଜେନ୍ସି ମତ ରଖିଥିଲା। ଫିଚ୍‌ ଏହାର ଗ୍ଲୋବାଲ ଇକୋନୋମିକ ଆଉଟଲୁକ ୨୦୨୦ରେ କହିଛି ଯେ, ଆଗାମୀ ଦିନ ଗୁଡିକରେ ଏହି ରୋଗ ଅନେକଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ବଢିଛି। ଏହାର ପ୍ରଭାବ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ପଡିବ। ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହେବା ସହ ନିବେଶ ଏବଂ ରପ୍ତାନି ମଧ୍ୟ ପ୍ରଭାବିତ ହେବ। ୨୦୨୧-୨୨ରେ ଭାରତର ବିକାଶ ହାର ୬.୪% ରହିବା ନେଇ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭.୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ମୁମ୍ବାଇ,୨୬।୨: ସାରା ବିଶ୍ୱରେ କୋଭିଡ୍‌ ମହାମାରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ସହ ଅର୍ଥନୀତିରେ ମଧ୍ୟ ସୁଧାର ଆସୁଥିଲା। ଏଭଳି ସ୍ଥିତିରେ ଉଭୟ ୟୁକ୍ରେନ୍‌...

ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ...

ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ...

କେନ୍ଦ୍ରକୁ ରାଜସ୍ବ ବୃଦ୍ଧି ଚିନ୍ତା

ନୂଆଦିଲ୍ଲୀ,୧୨-୧୨: ଗତ କିଛି ମାସ ଧରି ପରୋକ୍ଷ ଟିକସ ବାବଦ ରାଜସ୍ବ ହ୍ରାସ ହେଉଥିବାରୁ ଏହା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇଛି। ଟିକସ ସଂଗ୍ରହକୁ ନେଇ...

୨୦୧୯-୨୦ରେ ନିବେଶକଙ୍କୁ କ୍ଷତି ୩୭.୫୯ ଲକ୍ଷ କୋଟି

ନୂଆଦିଲ୍ଲୀ,୧। ୪: ୨୦୧୯-୨୦ ଆର୍ଥତ୍କ ବର୍ଷର ଶେଷ ଦିନ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୦୨୮ ପଏଣ୍ଟ ବଢିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ପୁଞ୍ଜି ବଜାର...

ଜିଏସ୍‌ଟି ଢାଞ୍ଚାରେ ପରିବର୍ତ୍ତନ ନେଇ ଏନ୍‌.କେ.ସିଂଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୨୪-୧୧: ଜିଏସ୍‌ଟି ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ନେଇ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ଶନିବାର ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଜିଏସ୍‌ଟିରେ ରହିଥିବା ଜଟିଳ...

ଏଚ୍‌ ୧-ବି, ଏଲ୍‌୧ ଭିଜା ଉପରେ କଟକଣା ଲଗାଇବ ୟୁଏସ୍‌

ନୂଆଦିଲ୍ଲୀ,୨୧।୬: ଏଚ୍‌ ୧-ବି ଏବଂ ଏଲ୍‌୧ ଭିଜା ଉପରେ ଆମେରିକା ନୂଆ କଟକଣା ଜାରି କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ରବିବାର...

ଆଲେକ୍ସାର ନୂଆ ନଁ। ‘ଜିଗି’

ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍‌ ଇକୋ ଡିଭାଇସ୍‌ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍‌ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ...

Advertisement
Archives

Model This Week