ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇବା ଦ୍ୱାରା ଏବେ ବାଂଲାଦେଶରେ ପିଆଜ ଦାମ୍‌ କିଲୋପିଛା ଶହେ ଟଙ୍କା ଟପିଛି। ବାଂଲାଦେଶୀ ମୁଦ୍ରାରେ ଏହା ୧୨୦ ଟାକା ହୋଇଛି। ସେହିପରି ଶ୍ରୀଲଙ୍କାରେ ପିଆଜ କିଲୋପିଛା ଦାମ୍‌ ୧୧୭ ଟଙ୍କା ହୋଇଛି। ସ୍ଥାନୀୟ ମୁଦ୍ରା ଅନୁସାରେ ଏହା ୩ ଶହ ହୋଇଛି। ଏକ ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ ପିଆଜ ଦାମ୍‌ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଏସିଆ ରାଷ୍ଟ୍ରଗୁଡ଼ିକ ପିଆଜ ପାଇଁ ମୁଖ୍ୟତଃ ଭାରତ ଉପରେ ନିର୍ଭର କରିଥାନ୍ତି। ଇଜିପ୍ଟ ଏବଂ ଚାଇନାରୁ ପିଆଜ ରପ୍ତାନୀ ପାଇଁ ଯଥାକ୍ରମେ ୧ ମାସ ଏବଂ ୨୫ ଦିନ ଲାଗୁଥିବା ବେଳେ ଭାରତରୁ ପିଆଜ ରପ୍ତାନୀ ଲାଗି କମ୍‌ ସମୟ ଲାଗୁଥିବାରୁ ଏସିଆ ରାଷ୍ଟ୍ରଗୁଡିକ ପିଆଜ ଲାଗି ଭାରତ ଉପରେ ହିଁ ଭରସା କରିଥାନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଭାରତ ୨୨ ଲକ୍ଷ ଟନ୍‌ ପିଆଜ ଆମଦାନୀ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତି ବଦଳାଇବ ସୌରଶକ୍ତି: ମୋରିସନ

ଓ୍ବାଶିଂଟନ,୨୫।୯: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି, ସେ ଓ ତାଙ୍କ ଭାରତ ପ୍ରତିପକ୍ଷ ତଥା ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ...

ମହାମାରୀରେ ଏହି ଦେଶର ପିଲାମାନଙ୍କର ଆତ୍ମହତ୍ୟା ସଂଖ୍ୟା ଅଧିକ

ଟୋକିଓ,୧୪।୧୦: ଗତ ୪ ଶତାବ୍ଦୀ ଧରି ଜାପାନରେ ଅଧିକ ଶିଶୁ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ସ୍କୁଲ ଓ ଶ୍ରେଣାଗୃହ ବନ୍ଦ ରହିବା...

ଥିଏଟରକୁ ରୁଷିଆର ଟାର୍ଗେଟ

କ୍ୱିଭ୍‌, ୧୮ା୩:ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ନ ଦେଇ ରୁଷୀୟ ସୈନ୍ୟ ଯେକୌଣସି...

ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ...

ସଂଘାଇ ପରେ ଏବେ ବେଜିଂ ପାଳି: ହେବ ଲକ୍‌ଡାଉନ

ବେଜିଂ,୫।୫: ଗୋଟିଏ ପଟେ ସାରା ବିଶ୍ୱରେ ଯେଉଁଠି କରୋନା ନିୟନ୍ତ୍ରଣରେ ଆସୁଥିବା ବେଳେ କିନ୍ତୁ ଏନ୍ତୁଡିଶାଳ କୁହାଯାଉଥିବା ଚାଇନାର ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି।...

ଏବେ ସପ୍ତାହରେ ୪ ଦିନ ଅଫିସ୍‌…

ମାଦ୍ରିଦ୍‌‌,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍‌ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା...

ସାଙ୍ଘାଇରେ ଲକ୍‌ଡାଉନ୍‌, ଦୂତାବାସ ସହିତ ଯୋଗାଯୋଗ କରିବାକୁ ଭାରତୀୟଙ୍କୁ ପରାମର୍ଶ…

ବେଜିଂ, ୧୩।୪ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ପୁଣି ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି ।...

୨ ଭାରତୀୟ ନାବିକ କରୋନା ସଂକ୍ରମିତ

ଟୋକିଓ,୧୩ା୨(ପି.ଟି.): ଜାପାନ ଉପକୂଳରେ ଅଟକି ରହିଥିବା ଜାହାଜରେ ୨ ଜଣ ଭାରତୀୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ...

Advertisement
Archives

Model This Week