Posted inଜାତୀୟ

ଭାରତରେ ପ୍ରଥମ ରଙ୍ଗ ବଦଳାଉଥିବା ବିରଳ ମାଛର ସନ୍ଧା

କୋଚି,୨।୬: ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନ (ସିଏମ୍‌ଏଫ୍‌ଆର୍‌ଆଇ) ର ବୈଜ୍ଞାନିକମାନେ ଏକ ବିରଳ ମାଛର ସନ୍ଧାନ କରିଛନ୍ତି। ଏହି ମାଛ ନିଜର ରଙ୍ଗ ପରିବର୍ତ୍ତନ କରିବା ସହ ବିଷାକ୍ତ ମଧ୍ୟ ଅଟେ। ପ୍ରଥମ ଥର ପାଇଁ ଏପରି ଏକ ମାଛ ଭାରତୀୟ ଜଳଉତ୍ସରେ ସନ୍ଧାନ କରାଯାଇଛି। ଏହି ମାଛର ନାମ ହେଉଛି ସ୍କର୍ପିଓନ୍‌ଫିସ୍‌। ଶିକାର ଏବଂ ଉଦ୍ଧାର ସମୟରେ ଏହି ମାଛ ଏହାର ରଙ୍ଗ ବଦଳାଇପାରେ। ଏହି ମାଛର ମେରୁଦଣ୍ଡ ହାଡରେ ବିଷ ଅଛି। ଯଦି ଏହା ଯତ୍ନର ସହ ଧରାଯାଏ ନାହିଁ ତେବେ ଏହାର ବିଷ ଭାରି କ୍ଷତି ଘଟାଇପାରେ। ସିଏମ୍‌ଏଫ୍‌ଆର୍‌ଆଇର ବୈଜ୍ଞାନିକ ଜେୟାଭାସ୍କରନ୍‌ କହିଛନ୍ତି, ମେରୁଦଣ୍ଡ ହାଡରେ ନ୍ୟୁରୋଟକ୍ସିକ୍‌ ବିଷ ରହିଥାଏ। ଏହା ମଣିଷ ଶରୀରକୁ ଗଲେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ପ୍ରଥମେ ଏହି ମାଛ ମନ୍ନାର ଜଳଉତ୍ସରେ ଘାସ ତଳେ ଲୁଚି ଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ମାଛଟି ଏକ ସ୍କେଲିଟନ ଶିକାର କରୁଥିଲା। ମାଛଟି ମାତ୍ର ୪ ସେକେଣ୍ଡ୍‌ରେ ନିଜ ରଙ୍ଗ ବଦଳାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ

ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି।...

ଭାରତ ବିରୋଧୀ କାର୍ଯ୍ୟ ଲାଗି ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ୟାନ୍‌

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏଥିସହ ୨ ଓ୍ବେବ୍‌ସାଇଟ୍‌,...

ପୁଣି ଆତଙ୍କ ଘନେଇଲା, ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ...

ମହାରାଷ୍ଟ୍ରରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ,୨୬ ।୮: ଦେଶରେ ମହାରାଷ୍ଟ୍ରରୁ ନେଇ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ଅନ୍ୟପଟେ ଆଫଗାନିସ୍ତାନର କାବୁଲରେ ବି ଭୂକମ୍ପ ଅନୁଭୂତ...

ଭାଲେଣ୍ଟାଇନ୍ସ୍‌ ଡେ’ରେ ‘ ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବାଳକ ଏକ ପୋଷ୍ଟର ମାଧ୍ୟମରେ...

ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ...

ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ,୧୪।୧୧ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫...

Advertisement
Archives

Model This Week