ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର

କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ସହନିର୍ଦ୍ଦେଶକ ପି.କେ. ମିଶ୍ର ଯୋଗଦେଇ ଭାରତରେ ପ୍ରଥମଥର ପାଇଁ ମସଲା କ୍ଲଷ୍ଟର ଆରମ୍ଭ ହେବ ବୋଲି କହିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ମସଲା ଉଦ୍ୟୋଗୀଙ୍କୁ ମସଲା କ୍ଲଷ୍ଟର ବିଷୟରେ ବୁଝାଯାଇଥିଲା। କ୍ଲଷ୍ଟରର ଉନ୍ନତି ପାଇଁ ଏକ ନୂତନ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ ଚନ୍ଦ୍ର ସାହୁ ଏବଂ ଭାରତ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ସୁରେନ୍ଦ୍ର ପଣ୍ଡା ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓରି ମିକ୍ସ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ରାଉତଙ୍କ ପକ୍ଷରୁ ସଭାପତିଭାବେ କମ୍ପାନୀ ନିର୍ଦ୍ଦେଶକ ରାଜେଶ ରାଉତ, ଉପସଭାପତି ଭାବେ ରାଜ୍‌ ମସଲା ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ମହାନ୍ତି, ମୁସ୍‌କାନ ମସଲାର ପ୍ରତିଷ୍ଠାତା ଅନୀଲ ମୁରାର୍‌କାଙ୍କୁ ସମ୍ପାଦକ ଭାବେ ଏବଂ ରାଜଲକ୍ଷ୍ମୀ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଉମେଶ ଚନ୍ଦ୍ର ବେହେରା କୋଷାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଦିଆଯାଇଥିଲା। କଟକ, ଖୋର୍ଦ୍ଧା ଓ ଜଗତ୍‌୍‌ସିଂହପୁର ଜିଲାର ପ୍ରାୟ ୩୦ଟି ମସଲା ଉଦ୍ୟୋଗପତି ଏହି ଶିଳ୍ପପୁଞ୍ଜର ସଭ୍ୟ ରହିଛନ୍ତି। ଅନ୍ୟାନ୍ୟ ଜିଲାର ଛୋଟବଡ଼ ମସଲା ଉଦ୍ୟୋଗୀଙ୍କୁ ଯୋଗାଯୋଗ ପାଇଁ ଫୋନ ନଂ. ୯୪୩୭୨୬୭୦୯୭ ଜାରି କରାଯାଇଛି। କାର୍ଯ୍ୟକ୍ରମରେ ରାକ୍ଷୀ ମସଲା ମହେନ୍ଦ୍ର ବେହେରା, ସନ ଫୁଡ୍‌ ଦେବେନ୍ଦ୍ର ସାହୁ, ଶ୍ରୀଜଗନ୍ନାଥ ମସଲା ନିରଞ୍ଜନ ନାଏକ, ସ୍ବାଦିଷ୍ଟ ମସଲାର ଗଗନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତବର୍ଷ ଦେଢ଼ଲକ୍ଷ ହେକ୍ଟର ବନୀକରଣ

ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ...

ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ...

କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ

ବୈପାରୀଗୁଡା,୬।୫(ଡି.ଏନ୍‌.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ...

୪ରୁ ୫ ଦିନ ବଢ଼ିବ ତାପମାତ୍ରା

ଭୁବନେଶ୍ବର,୧୨ା୫(ବ୍ୟୁରୋ): ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ...

ଶନିବାରଠାରୁ କମିବ ତାତି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ପ୍ରକୋପ ଏତେ ଯୋର ଅନୁଭୂତ ହେଉଛି ଯେ, ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ...

କଳା ଉପରେ କରୋନା ମାଡ଼: ପ୍ରତିଭାରେ ପ୍ରତିବନ୍ଧକ, ଚିନ୍ତାରେ କଳାକାର

କଟକ ଅଫିସ,୨୦।୯: କଳା କ୍ଷେତ୍ରରେ କଟକର ପରିଚୟ ଭିନ୍ନ । କୁହାଯାଏ ୬୦ ଦଶକରେ ଏହିଠାରୁ ହିଁ ମେଲୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ...

ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି।...

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା,ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା। ଅଫିସରୁ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପ୍ରକଳ୍ପ...

Advertisement
Archives

Model This Week