ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ଫଳରେ ଦେଶରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ଅନ୍ୟ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ତେବେ କେତେ ଦିନ ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିବ ଏବଂ ଲଢ଼େଇ କେତେ ଲମ୍ବା ହେବ ତାହା ଆକଳନ କରିହେବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଶୀତଦିନେ ମଧ୍ୟ ଦେଶରେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ଏମ୍ସ୍‌ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ସତର୍କ ସୂଚନା ଦେଇଛନ୍ତି। ଜୁନ୍‌ କିମ୍ବା ଜୁଲାଇରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାପରେ ଧୀରେଧୀରେ ସଂକ୍ରମଣ କମିବାର ଅନୁମାନ କରାଯାଉଥିବା ସେ କହିଛନ୍ତି। ଯୋଜନାବଦ୍ଧ ଭାବେ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ ଜାରି ରଖିବା ଆବଶ୍ୟକ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ରାମ ମନ୍ଦିର ନିର୍ମାଣ : ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା

ଲକ୍ଷ୍ନୌ,୧୨ ।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଏକାଠି କରିବା କାର୍ଯ୍ୟ ଯୋରସୋରରେ ଚାଲିଛି । ସାରା ଦେଶରେ ପାଖାପାଖି ଦେଢ ଲକ୍ଷ...

କରୋନାଭାଇରସ: ଜାପାନ ଜାହାଜରେ ଫସି ରହିଛନ୍ତି ଅନେକ ଭାରତୀୟ

ନୂଆଦିଲ୍ଲୀ,୮।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏବେ ସେଠାରେ ମୃତ୍ୟୁସଂଖ୍ୟା ୭୧୯ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନାରେ କରୋନାଭାଇରସର...

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ...

ରାଜ୍ୟରୁ ସୁସ୍ଥ ହେଲେ ୧୦୨୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୦୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ରାଜ୍ୟରେ ୧୨,୮୭,୯୪୧ଜଣ ସୁସ୍ଥ ହୋଇସାରିଲେଣି। ଏନେଇ...

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ...

ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା।...

ସ୍ତ୍ରୀଙ୍କ ସହ ହେଲା ଝଗଡ଼ା, ରାଗି କି ପ୍ରଧାନଶିକ୍ଷକ ସ୍କୁଲକୁ କଲେ ଏମିତି

ଲକ୍ଷ୍ନୌ,୩ା୧୦: ଉତ୍ତରପ୍ରଦେଶର ହରଦୋଇ ଜିଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରଧାନଶିକ୍ଷକ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍କୁଲକୁ...

Advertisement
Archives

Model This Week