Posted inଜାତୀୟ

ଭାରତରେ କରୋନା ! ଜୟପୁରରେ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର,୨୭ା୧: ଚାଇନାରେ କରୋନା ଭୂତାଣୁ ନେଲାଣି ୫୦ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଭୂତାଣୁ ଭାରତରେ ପ୍ରବେଶ କରିଥିବା ଜଣାପଡିଛି। ରାଜସ୍ଥାନର ଜୟପୁରରେ କରୋନା ଭୂତାଣୁରେ ଆକ୍ରାନ୍ତ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ରଘୁ ଶର୍ମା ଡାକ୍ତରଖାନା ପ୍ରଶାସନକୁ ଉକ୍ତ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପୁଣେ ଲ୍ୟାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ରାଜସ୍ଥାନର ୪ଟି ଜିଲାର ୧୮ଜଣ ବ୍ୟକ୍ତି ନିକଟରେ ଚାଇନାରୁ ଫେରିଛନ୍ତି। ଏହି ୧୮ଜଣଙ୍କୁ ଏବେ କଡା ନଜରରେ ରଖାଯାଇଛି। ସେମାନଙ୍କଠାରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଉପରେ କଡା ନଜର ରଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ୪୧ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୪ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା...

ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍‌ପି କୋଭିଡ୍‌-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ...

ରାଜଧାନୀରୁ ହଟିଲା ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

କେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୨: ମାସେରୁ ଅଧିକ ଦିନ ହେଲା ହଜାର ହଜାର କୃଷକମାନେ ଆନ୍ଦୋଳନ କରୁଥିବା ସିଙ୍ଘୁସୀମା ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦକେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି...

ବିମାନ ଭିତରେ ଧୂଆଁ: ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨।୭: ସ୍ପାଇସ ଜେଟର ଏକ ବିମାନ ଭିତରେ ପ୍ରବଳ ଧୂଆଁ ଦେଖାଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ନୂଆଦିଲ୍ଲୀରୁ ଜବଲପୁର ଅଭିମୁଖେ...

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ପୁଣେ,୨୫।୩: ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ...

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ...

ବରାଫାବୃତ ପାହାଡ ଉପରେ କାଲା ଚଷମା ଗୀତରେ ଝୁମିଲେ ଯବାନ

ଶ୍ରୀନଗର,୧୩।୧୧: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ମେନୁ କାଲା ଚଷମା ଜଞ୍ଚତା ରେ’ର ଲୋକପ୍ରିୟତା ଢେର ଅଧିକ। ଏହି ଗୀତରେ ଝୁମିବାକୁ ସମସ୍ତେ ପସନ୍ଦ କରନ୍ତି।...

Advertisement
Archives

Model This Week