Posted inଜାତୀୟ

ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍‌ ବଦର ସଦସ୍ୟଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍‌ ଦେବା ଆରମ୍ଭ କରିଛି। ଏଥିପାଇଁ ଖାଇବର ପାସ୍ତୁନଖ୍ବାରେ ଏକ ତାଲିମ୍‌ ଶିବିର ଖୋଲା ଯାଇଛି। ଏଠାରେ ଅଲ୍‌ ବଦରର ୪୫ ସଦସ୍ୟଙ୍କୁ ତାଲିମ୍‌ ଦିଆଯାଉଛି। ସେମାନଙ୍କୁ ଏକେ-୪୭ କିଭଳି ବ୍ୟବହାର କରାଯିବ ସେନେଇ ଶିକ୍ଷା ଦିଆଯାଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ସେମାନଙ୍କୁ ଏଲ୍‌ଏମ୍‌ଜି, ପିଆଇକେଏ, ରକେଟ ଲଞ୍ଚର ବ୍ୟବହାର, ୟୁବିଜିଏଲ୍‌ ଏବଂ ହ୍ୟାଣ୍ଡ୍‌ ଗ୍ରେନେଡ୍‌ ବ୍ୟବହାର କରିବା ଆଦି ସମ୍ପର୍କରେ ତାଲିମ୍‌ ଦିଆଯାଉଛି। ବାଲାକୋଟରେ ଥିବା ଖାଇବର ପାସ୍ତୁନଖ୍ବାରେ ପୂର୍ବରୁ ଭାରତ ଏୟାର ଷ୍ଟ୍ରାଇକ୍‌ କରି ସାରିଛି। ପୂର୍ବରୁ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଶିବିର ଥିଲା, ତେବେ ଏବେ ଏହା ସହିତ ଜଡ଼ିତ ଥିବା ଅଲ୍‌ ବଦର ସଂଗଠନ ସଦସ୍ୟଙ୍କୁ ତାଲିମ୍‌ ଦେଇ ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ଭାରତରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା।...

ରାଷ୍ଟ୍ରପତିଙ୍କ ହୋଇପାରେ ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର ଟିମ୍‌ ରାଷ୍ଟ୍ରପତିଙ୍କ...

ହିନ୍ଦୁ ମଠର ମୁଖ୍ୟଭାବେ ଦାୟିତ୍ୱ ନେବେ ମୁସଲମାନ ଯୁବକ

ହୁବୁଳି,୨୦।୨: କର୍ନାଟକର ଗଡଗ ଜିଲାରେ ଥିବା ମୁରୁଗା ରାଜେନ୍ଦ୍ର ମଠର ବହୁ ବର୍ଷର ପରମ୍ପରା ଏବେ ଭାଙ୍ଗିବାକୁ ଯାଉଛି। ଏହି ମଠରେ ପ୍ରଥମଥର ପାଇଁ ଜଣେ...

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା

ନୂଆଦିଲ୍ଲୀ,୨୯।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏକ ବଡ଼ ଖୁଲାସା କରିଛି। ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। ଏନସିଆରବି ଦ୍ୱାରା...

ଲକ୍ଷ୍ନୌରେ ପହଞ୍ଚିଲେ ମୋଦି

ଲକ୍ଷ୍ନୌ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ସନ୍ଧ୍ୟାରେ କୁଶୀନଗରରୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସେ ସିଧାସଳଖ...

ଏଆଇଏଡିଏମକେ ପରିଷଦ ବୈଠକ ଉପରେ ରୋକ ଆବେଦନ ହାଇକୋର୍ଟରେ ଖାରଜ…

ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍‌ଙ୍କ ଆବେଦନକୁ ସୋମବାର ଖାରଜ...

ଭାଜପା ଏମ୍‌ପିଙ୍କ କାର୍‌ ଉପରକୁ ଆକ୍ରମଣ

ଜୟପୁର,୨୮।୫: ଭାରତପୁରରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ରଣଜିତା କୋଲିଙ୍କ ଗାଡି ଉପରେ ଆକ୍ରମଣ ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯାଞ୍ଚ କରିବା ପରେ ଏମ୍‌ପି...

ଶାହଙ୍କ ଲାଗି ମୁତୟନ ହେଲେ ସ୍ନାଇପର, ଡ୍ରୋନ୍‌, ଶାର୍ପଶୁଟର

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଶନିବାରଠାରୁ ୩ ଦିନିଆ ଗସ୍ତ ଜମ୍ମୁ-କଶ୍ମୀର ଗସ୍ତ କରିବେ। ୩୭୦ ଧାରା ଉଚ୍ଛେଦ ପରେ ଶାହ ପ୍ରଥମ ଥର...

Advertisement
Archives

Model This Week