Posted inଜାତୀୟ

ଭାରତଠାରୁ ଦୀପାବଳି ମିଠା ନେଲା ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୩।୧୦:ଦୀପାବଳି ପୂର୍ବରୁ ଭାରତ ଏବଂ ପାକିସ୍ତାନ ସୀମାରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ଏହାର ଉଚିତ୍‌ ଜବାବ ମଧ୍ୟ ଦେଉଛି ଭାରତ। ଏସବୁଭିତରେ ପ୍ରତିବର୍ଷ ଦୀପାବଳିରେ ଦୁଇଦେଶ ମଧ୍ୟ ମିଠା ଆଦାନପ୍ରଦାନ ହୋଇଥାଏ। କିନ୍ତୁ ଏବର୍ଷ ତାହା ହୋଇନାହିଁ। ପ୍ରତିବର୍ଷ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇ କମିଶନ ପକ୍ଷରୁ ଦୀପାବଳିରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଅଫିସ୍‌ଗୁଡିକୁ ମିଠା ପଠାଯାଇଥାଏ। କିନ୍ତୁ ଏବର୍ଷ ପଠାଯାଇଥିଲେ ମଧ୍ୟ ତାହା କୌଣସି ଅଫିସ ଗ୍ରହଣ କରିନାହିଁ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବା ମଧ୍ୟ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ...

ଅହମ୍ମଦାଦରେ ଭୁଶୁଡିଲା ୩ମହଲା କୋଠା

ଅହମ୍ମଦାବାଦ,୫।୯: ଗୁଜରାଟ ଅହମ୍ମଦାବାଦ ଅମରାଇଓ୍ବାଡିରେ ଗୁରୁବାର ଦ୍ୱିପହରରେ ଏକ ୩ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡ଼ିଛି। ଘରର କାନ୍ଥ ପଡ଼ିବାରୁ ଏହାର ଭଗ୍ନାବଶେଷ ତଳେ ବହୁ...

ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍‌ସି

କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍‌ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି...

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌...

ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୭।୬: ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି...

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି।...

ଶନିବାର ହେବ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟନା,୯ ।୧୦: କେନ୍ଦ୍ରମନ୍ତ୍ରୀ ତଥା ଏଲ୍‌ଜେପିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ରାମବିଳାସ ପାଶୱାନଙ୍କ ମର ଶରୀରକୁ ଶୁକ୍ରବାର ପାଟନା ନିଆଯାଇଛି । ସେଠାରେ ତାଙ୍କ ମର...

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ

ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ...

Coronavirus Update

Archives

Model This Week

Why Dharitri