ଭାରତକୁ ଶରଣ ମାଗିଲେ ଇମ୍ରାନ ଖାନଙ୍କ ଦଳର ନେତା

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଇମ୍ରାନ ସରକାରଙ୍କ ଅତ୍ୟାଚାର ବିଷୟରେ ସବୁ ଦେଶକୁ ବେଶ୍‌ ଭଲଭାବେ ଜଣା। ଏବେ ଏହି ଅତ୍ୟାଚାରରୁ ଅତିଷ୍ଠ ହୋଇ ପାକ୍‌ର ପୂର୍ବତନ ବିଧାୟକ ବଲଦେବ କୁମାର ଭାରତକୁ ଶରଣ ମାଗିଛନ୍ତି। ସେ କହିଛନ୍ତି, ପାକିସ୍ତାନରେ କେବଳ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉନି, ବରଂ ସେଠାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ସେଠାରେ ହିନ୍ଦୁ ଓ ମୁସଲମାନ ନେତାଙ୍କୁ ହତ୍ୟା କରାଯାଉଥିବାରୁ ସେ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତ ସରକାରଙ୍କୁ ଗୁହାରି କରିବା ସହ ବଲଦେବ ଓ ତାଙ୍କ ପରିବାର ଆଉ ପାକିସ୍ତାନ ଫେରିବେ ନାହିଁ ବୋଲି କହିଛନ୍ତି। କିଛି ମାସ ପୂର୍ବରୁ ବଲଦେବ ତାଙ୍କ ପରିବାର ଲୋକଙ୍କୁ ପଞ୍ଜାବ ଲୁଧିଆନାର ଖନ୍ନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ। ହେଲେ ଏବେ ସେ ଆଉ ପାକିସ୍ତାନ ଫେରିବାକୁ ଇଛା ପ୍ରକାଶ କରୁନାହାନ୍ତି। ତେବେ ୩ ମାସର ଭିଜାରେ ସେମାନେ ଭାରତକୁ ଆସିଥିବା ବେଳେ ଅଗଷ୍ଟ ୧୨ରେ ଏହା ଶେଷ ହୋଇଯିବ। ଅନ୍ୟପଟେ ବଲଦେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନ୍‌ସାଫର ନେତା ଅଟନ୍ତି। ସେ ଖେବର ପଖତୁନଖଓ୍ବା ଅଞ୍ଚଳର ବାରିକୋଟ ସଂରକ୍ଷିତ ଆସନରୁ ବିଧାୟକ ରହିସାରିଛନ୍ତି। ଯଦି ପାକିସ୍ତାନ ନେତାଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତେବେ ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ ତାହା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।...

ଚୋରି କଲେ କାଟି ଦିଆଯିବ ହାତ

କାବୁଲ,୩ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ହେବା ପୂର୍ବରୁ ତାଳିବାନର କ୍ରୁରତା ବାଲା ପଦକ୍ଷେପ ସାମ୍ନାକୁ ଆସିଛି । ଅପରାଧ ପାଇଁ ତାଲିବାନ ପକ୍ଷରୁ...

ଭାକ୍ସିନ୍‌ ଦ୍ୱାରା ହାରିବ କରୋନା: ୟୁନିସେଫ୍‌…

ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍‌ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ,...

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ

ଇସଲାମାବାଦ୍‌,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।...

ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ

ଇସ୍‌ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ...

କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

ଚାଇନାର କରୋନା ଭ୍ୟାକ୍ସିନକୁ ସ୍ଥଗିତ ରଖିଲା ଶ୍ରୀଲଙ୍କା, ଏବେ ନେବ ଭାରତର ଭ୍ୟାକ୍ସିନ

କଲମ୍ବୋ,୨୭ ।୨: ଶ୍ରୀଲଙ୍କା ଚାଇନାର କୋଭିଡ-୧୯ ଭ୍ୟାକ୍ସିନ ସାଇନୋଫାର୍ମ ବ୍ୟବହାର କରିବ ନାହିଁ ବୋଲି ଜଣାପଡିଛି । ଏହା ବଦଳରେ ସେ ଭାରତର ଭ୍ୟାକ୍ସିନ ବ୍ୟବହାର...

Advertisement
Archives

Model This Week