ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌ ୨୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ କେଉଁ ଜେଲ୍‌ରେ ରଖାଯିବ ବୋଲି କୋର୍ଟ ଭାରତକୁ ପ୍ରଶ୍ନ ପଚାରିଛନ୍ତି। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇରେ ସାମିଲ ଥିବା ୪୮ବର୍ଷୀୟ ମୋଦିଙ୍କୁ ଏବେ ସାଉଥ-ଓ୍ବେଷ୍ଟ ଲଣ୍ଡନର ଓ୍ବାଣ୍ଡର୍ସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ଏଥିପୂର୍ବରୁ ତାଙ୍କର ଜାମିନ ଆବେଦନକୁ ୩ଥର ଖାରଜ କରାଯାଇସାରିଛି। ଗୁରୁବାର ଶୁଣାଣି ବେଳେ ଓ୍ବେଷ୍ଟମିନିଷ୍ଟର କୋର୍ଟରେ ମୋଦିଙ୍କୁ ହାଜର କରାଯାଇଥିଲା। ବିଚାରପତି ଏମ୍ମା ଆର୍ବୁଥନଟ୍‌ ତାଙ୍କର ଜେଲ୍‌ ହାଜତ ମିଆଦକୁ ଜୁନ୍‌ ୨୭ ଯାଏ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଭାରତର କେଉଁ ଜେଲ୍‌ରେ ରଖାଯିବ ସେ ସମ୍ପର୍କରେ ଆସନ୍ତା ୧୪ ଦିନ ଭିତରେ ଜଣାଇବାକୁ ବିଚାରପତି ଆର୍ବୁଥନଟ୍‌ ଭାରତକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଶୁଣାଣି ବେଳେ ଅଦାଲତରେ ଭାରତ ପକ୍ଷରୁ ଯୁକ୍ତି ଦର୍ଶାଇ କୁହାଯାଇଥିଲା ଯେ, ପିଏନ୍‌ବିକୁ ଠକିବା ପାଇଁ ମୋଦି ଜାଲ୍‌ ଲେଟର ଅଫ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ ଜାରି କରିବା ସହ ଏହାର ପ୍ରମୁଖ ଲାଭାର୍ଥୀ ଥିଲେ। ମହାଠକେଇ ଜରିଆରେ ଯୋଗାଡ କରିଥିବା ଅର୍ଥକୁ ମନିଲଣ୍ଡରିଂ ଜରିଆରେ ବିଦେଶକୁ ପଠାଇ ଅପରାଧ କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦୧୮ ଡିସେମ୍ବରରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଥିବା ଆର୍ବୁଥନଟ୍‌ ଭାରତର ପ୍ରତିନିଧିତ୍ୱ କରୁଥିବା ସିପିସିର ଯୁକ୍ତିରେ ସହମତି ପ୍ରକାଶ କରିଥିଲେ। ନୀରବ ମୋଦି ମାମଲା ସହ ଜଡ଼ିତ ସମସ୍ତ ଦସ୍ତାବିଜକୁ ଏକତ୍ର କରି ତାଲିକାଭୁକ୍ତ କରି ଅଦାଲତରେ ଜମା କରିବାକୁ ବିଚାରପତି ସିପିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri