ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି ଆଶଙ୍କା କରାଯାଉଛି। ଗତ ବର୍ଷ ବିଦେଶରେ ରହୁଥିବା ଭାରତୀୟମାନେ ଦେଶକୁ ୮୪ ବିଲିୟନ ଡଲାରର ଅର୍ଥ ପଠାଇଥିଲେ। ଚଳିତ ବର୍ଷ ଏହା କମିବା ସହ ୬୪ ବିଲିୟନ ଡଲାରକୁ ଖସିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ବୁଧବାର ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ସାରା ବିଶ୍ୱର ରେମିଟାନ୍ସ ପ୍ରାୟ ୨୦% ହ୍ରାସ ଘଟିବ। କରୋନା ଜନିତ ଶଟ୍‌ଡାଉନ ଲାଗି ବଜାର କ୍ଷତିଗ୍ରସ୍ତ ରହିଛି। ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ଏବଂ ବେତନ ଉପରେ କରୋନା ଗଭୀର ପ୍ରଭାବ ପକାଇଛି। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ଲାଗି ରେମିଟାନ୍ସକୁ ଆୟର ଏକ ପ୍ରମୁଖ ମାଧ୍ୟମ ବୋଲି ବିଚାର କରାଯାଏ। ବିକଶିତ ଅର୍ଥ ବ୍ୟବସ୍ଥାଗୁଡିକ ଏବେ କ୍ଷତିଗ୍ରସ୍ତ ଥିବାରୁ ସେଠାରେ କାମ କରୁଥିବା ଲୋକମାନଙ୍କ ଉପରେ ମଧ୍ୟ ପ୍ରଭାବ ରହିବ। ସ୍ଥିତି ନ ସୁଧୁରିବା ଯାଏ ଲୋକମାନେ ଏ କ୍ଷେତ୍ରରେ ସମସ୍ୟା ସାମ୍ନା କରିବେ ବୋଲି ଓ୍ବାର୍ଲଡ ବ୍ୟାଙ୍କ ଗ୍ରୁପ୍‌ ସଭାପତି ଡାଭିଡ୍‌ ମାଲପାସ୍‌ କହିଛନ୍ତି। ରିପୋର୍ଟ ମୁତାବକ ୟୁରୋପ ଆଣ୍ଡ ସେଣ୍ଟ୍ରାଲ ଏସିଆର ରେମିଟାନ୍ସ ୨୭.୫%, ସାହାରା ଏବଂ ଆଫ୍ରିକା ୨୩.୧%, ଲାଟିନ ଆମେରିକା-କାରିବିଆନ ୧୯.୩%, ପୂର୍ବ ଏସିଆ-ପାସିଫିକ ୧୩%, ପାକିସ୍ତାନକୁ ୨୩% ଖସିବ ବୋଲି କୁହାଯାଇଛି। ନେପାଳ ଏବଂ ଶ୍ରୀଲଙ୍କାରେ ଏହା ୧୪% ଖସିବାକୁ ଥିବା ବେଳେ ବାଂଲାଦେଶରେ ୨୨% ଖସିଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର...

ଇଣ୍ଡିଗୋ ସର୍ଭର ଡାଉନ ଯୋଗୁ ଯାତ୍ରୀଙ୍କୁ ଅସୁବିଧା

ନୂଆଦିଲ୍ଲୀ,୫-୧୧: ସୋମବାର ପୂର୍ବାହ୍ନରେ ସାରା ଦେଶରେ ଇଣ୍ଡିଗୋର ସର୍ଭର ଡାଉନ ରହିବା ଯୋଗୁ ବିମାନ ଯାତ୍ରୀମାନେ ଅସୁବିଧା ସାମ୍ନା କରିଛନ୍ତି। କମ୍ପାନୀର ସବୁ ନେଟ୍‌ଓ୍ବର୍କରେ ପ୍ରାୟ...

ଶ୍ରମ ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ହେବନି: ରାଜୀବ କୁମାର

ନୂଆଦିଲ୍ଲୀ,୨୫।୫: ବିଭିନ୍ନ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ କରାଯାଉଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ପ୍ରସଙ୍ଗ ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ...

୮ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର

ନୂଆଦିଲ୍ଲୀ,୧୭।୫-ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନ ବିଭିନ୍ନ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୪ର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଅର୍ଥନୈତିକ...

ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର...

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର...

୪୦%ରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ

ଭୁବନେଶ୍ୱର,୧୬ା୧୧: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା ମଙ୍ଗଳବାର...

ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ

ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ...

Advertisement
Archives

Model This Week