Posted inଖେଳ

ଭାରତକୁ ବିଜୟ ଦେଲା ଗୁରଜିତ୍‌ଙ୍କ ଗୋଲ

ମାର୍‌ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍‌ରେ ଗୁରଜିତ୍‌ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ ୦-୧ ଗୋଲରେ ପଛୁଆ ଥିଲା। ହେଲେ ଶର୍ମିଲା ଦେବୀ ଓ ଗୁରଜିତ୍‌ଙ୍କ ଗୋଲ ଯୋଗୁ ଭାରତ ମ୍ୟାଚ୍‌କୁ ୨-୧ ଗୋଲରେ ଜିତି ନେଇଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଦୁଇ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଭାରତ ନିୟନ୍ତ୍ରଣରେ ରହିଥିଲା। ପ୍ରଥମ ୫ ମିନିଟ୍‌ରେ ଟିମ୍‌ ଇଣ୍ଡିଆ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ଯାହା ବେକାର ଯାଇଥିଲା। ଏହାପରେ ଘରୋଇ ଇଂଲଣ୍ଡ ଖେଳାଳିମାନେ ଭାରତୀୟ ଗୋଲ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ। ମାତ୍ର କିପର ସବିତା ପୁନିଆ ସଫଳତାର ସହ ବଲ ରୋକିଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ଇଂଲଣ୍ଡ ପକ୍ଷରୁ ଇମିଲି ଡେଫ୍ରଣ୍ଡ ଗୋଲ ସ୍କୋର କରିଥିଲେ। ଭାରତ ପାଇଁ ଶର୍ମିଲାଙ୍କ ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ମ୍ୟାଚ୍‌ର ଅନ୍ତିମ ମିନିଟ୍‌ରେ ଭାରତ ଏକ ଶର୍ଟ କର୍ନର ପାଇଥିଲା। ଯାହାକୁ ଗୁରଜିତ୍‌ ଗୋଲରେ ପରିଣତ କରି ଭାରତୀୟ ଦଳର ବିଜୟ ସୁନିଶ୍ଚିତ କରିଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଲ ଅଫ୍‌ ଫେମ ଓପନରୁ ରାମକୁମାର ବାଦ୍‌

ନ୍ୟୁପୋର୍ଟ(ୟୁଏସ୍‌ଏ),୧୮ା୭(ପିଟି)- ଏଠାରେ ଚାଲିଥିବା ହଲ ଅଫ୍‌ ଫେମ ଓପନ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ରାମକୁମାର ରମାନାଥନ ସିଧାସଳଖ ସେଟ୍‌ରେ ଫ୍ରାନ୍ସର ଉଗୋ ହମବର୍ଟଙ୍କଠାରୁ ପରାଜୟ...

ଇତିହାସ ରଚିଲେ ଶୁବମନ ଗିଲ

ହାଇଦ୍ରାବାଦ୍‌,୧୮।୧: ହାଇଦ୍ରାବାଦ୍‌ରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁବମନ ଗିଲ ଦ୍ୱିଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଗିଲ ୧୪୬ ବଲରେ ଦ୍ରୁତ ଦ୍ୱିଶତକ...

ଆସ୍‌ଲେ ବାର୍ଟିଙ୍କୁ ଆଇସିସିର ଶୁଭେଚ୍ଛା

ଦୁବାଇ,୯ା୬: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ଟାଇଟଲ ହାତେଇଥିବା ପ୍ରଥମ ଅଷ୍ଟ୍ରେଲିଆନ ଆସ୍‌ଲ ବାର୍ଟିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ସିଡ୍‌ନୀ ଟେଷ୍ଟ: ଅଷ୍ଟ୍ରେଲିଆ ଦଳରେ ଓ୍ବାର୍ନର, ପୁକୋଭସ୍କି

ମେଲବୋର୍ନ, ୩୦।୧୨- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବନର୍‌ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ...

ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ

କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ।...

‘କୋହଲିଙ୍କ ଭଳି କଠିନ ପରିଶ୍ରମ କର’

ଚେନ୍ନାଇ,୧୩।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟ୍‌ଓ୍ବିକ୍‌ ନିଜ ଖେଳାଳିମାନଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି କଠିନ ପରଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ...

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି...

Advertisement
Archives

Model This Week