Posted inଖେଳ

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି ସମାରୋହରେ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ। ଏହି ଅବସରରେ ବିରାଟଙ୍କା ନାଁ ଘୋଷଣା ହେବାବେଳେ ସେ ଭାବୁକ ହୋଇପଡିଥଲେ। ଅନୁଷ୍କା ତାଙ୍କୁ ସମ୍ଭାଳିଥିବାର ଦେଖାଯାଇଥିଲା। କୋହଲି କହିଥିଲେ, ଯେତେବେଳେ ମୁଁ ଘର ଛାଡିଥିଲି ସେତେବେଳେ ମୁଁ ମୋ ପରିବାରକୁ ଏକ କାହାଣୀ ଶୁଣାଇଥିଲି। ମୋର ମନେ ଅଛି ଯେ, ୨୦୦୧ରେ ଷ୍ଟାଡିୟମକୁ ଏକ ମ୍ୟାଚ ଦେଖିବା ପାଇଁ ଟିକେଟ ମିଳିଥିଲା ଏବଂ ମୁଁ ଖେଳାଳିମାନଙ୍କଠାରୁ ଅଟୋଗ୍ରାଫ ମାଗିଥିଲି। ଆଜି ସେହି ଷ୍ଟାଡିୟମର ଏକ ଷ୍ଟାଣ୍ଡ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବ ସମ୍ମାନର କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଏବଂ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଦିଲ୍ଲୀ ଏବଂ ଜିଲା କ୍ରିକେଟ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ, ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ କୋଟଲା ରହିବ। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ୍‌ ଶାହ ଏବଂ କ୍ରୀଡା ମନ୍ତ୍ରୀ କିରନ ରିଜିଜୁ ଉପସ୍ଥିତ ଥିଲେ। ଶୁକ୍ରବାର ଟି-୨୦ ସିରିଜ ପାଇଁ ଧର୍ମଶାଳା ଗସ୍ତ ପୂର୍ବରୁ ଭାରତୀୟ ଦଳ ଗୁରୁବାର ଏଠାରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri