Posted inଜାତୀୟ

ଭାଜପାକୁ ଝଟ୍‌କା ଦେବେକି ଅଜିତ !

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମହାଭାରତର ମଙ୍ଗଳବାର ଅନ୍ତ ଘଟିବ ବୋଲି ଆଲୋଚନା ହେଉଛି। କାରଣ ଏହାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବାର ଅଛି। ହେଲେ ଅନ୍ୟପଟେ ଅଜିତ୍‌ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଝଟ୍‌କା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଲାଣି। କାରଣ ସୋମବାର ବିଳମ୍ବିତ ରାତିରୁ ଅଜିତଙ୍କର କୌଣସି ପତ୍ତା ମିଳୁ ନାହିଁ। ସେ ବିନା ସୁରକ୍ଷାକର୍ମୀରେ ଘରୁ ବାହାରି ଯାଇଥିବା କୁହାଯାଉଛି। ଆଉ ମଧ୍ୟ ଶୁଣିବାକୁ ମିଳୁଛି କି ସେ ଶରଦ ପାଓ୍ବାର ଓ ସୁପ୍ରିୟା ସୁଲେଙ୍କ ସହ ହୋଟେଲରେ ଅଛନ୍ତି। ଅନ୍ୟ ଏନ୍‌ସିପି ବିଧାୟକଙ୍କ ଭଳି ସେ କୁଆଡେ ଏନ୍‌ସିପି ଅର୍ଥାତ୍‌ ଶରଦ ପାଓ୍ବାରଙ୍କ ନିକଟକୁ ଫେରି ଆସିବେ ବୋଲି ଅନୁମାନ କରାଗଲାଣି। କାରଣ ମଙ୍ଗଳବାର ସକାଳୁ ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମରେ ଅଜିତ ଯୋଗ ଦେଇ ନାହାଁନ୍ତି। ଏମିତିକି ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଡାକିଥିବା ବୈଠକରେ ମଧ୍ୟ ସେ ଯୋଗ ଦେଇ ନ ଥିଲେ। ଏସବୁକୁ ଦେଖି ଅନୁମାନ କରାଯାଉଛି କି ସେ ହୁଏତ ଏନ୍‌ସିପିକୁ ଅର୍ଥାତ୍‌ ଶରଦ ପାଓ୍ବାରଙ୍କ ନିକଟକୁ ଫେରିପାରନ୍ତି। ଯଦି ଏମିତି ହେଲା ତେବେ ଭାଜପାକୁ ଶକ୍ତ ଧକ୍କା ଲାଗିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ।...

୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା...

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି...

କରୋନା ନେଲା ବିଧାୟକଙ୍କ ଜୀବନ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ...

ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ...

ଏଏପି ବିଧାୟକଙ୍କ ନାଁରେ ଏତଲା

ଲକ୍ଷ୍ନୌ,୨୪।୧୨: ଆମ ଆଦ୍‌ମି ପାର୍ଟି (ଏଏପି) ବିଧାୟଙ୍କ ଅମାନତୁଲ୍ଲା ଖାଁ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଲୋକଙ୍କୁ ଉସୁକାଇବା...

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ...

Advertisement


Archives

Model This Week