ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ

ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଭଲ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ବୁଧବାର କହିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୯.୫% ରହିପାରେ ବୋଲି ଏହି ଏଜେନ୍ସି ଅନୁମାନ ଲଗାଇଛି। ୨୦୨୦-୨୧ରେ ଦେଶର ଅର୍ଥ ବ୍ୟବସ୍ଥା ୫% ତଳକୁ ଖସିବା ନେଇ ଅନେକ ଏଜେନ୍ସି ଅନୁମାନ ଲଗାଇଛନ୍ତି। ବୁଧବାର ଫିଚ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଜନିତ ଲକ୍‌ଡାଉନ ଘୋଷଣା ହେବା ପୂର୍ବରୁ ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଏହି ରେଟିଂ ଏଜେନ୍ସି ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କ୍ରେଡିଟ ଆଉଟଲୁକ ସମ୍ପର୍କରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, କରୋନା ଦେଶର ଅଭିବୃଦ୍ଧିକୁ ଧୀମା କରିଦେଇଛି। ସରକାରଙ୍କ ଉପରେ ଋଣ ଚାପ ରହିଥିବାରୁ ଏହା ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିବ। ମହାମାରୀର ପ୍ରଭାବ ବଜାର ଉପରୁ ଯିବା ପରେ ଅଭିବୃଦ୍ଧି ଧାରା ପୁଣି ଥରେ ଟ୍ରାକ୍‌କୁ ଫେରିବା ନେଇ ଏହା ଆଶାବାଦୀ ଥିବା କହିଛି। ଏହା ଉଚ୍ଚ ସ୍ତର ଛୁଇଁବା ନେଇ ମଧ୍ୟ ଅନୁମାନ ଲଗାଯାଇଛି। ଏଣୁ ଆସନ୍ତା ଆର୍ଥତ୍କ ବର୍ଷ ଏହା ୯.୫% ହାରରେ ଅଭିବୃଦ୍ଧି କରିବା ନେଇ ଅନୁମାନ ଲଗାଯାଇଛି। ବିବିବି ରେଟିଂ ବର୍ଗରେ ଏହା ଅଧିକ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ଶହ କୋଟିର ଜାଲିଆତି ଧରାପଡ଼ିଲା

ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍‌କୀ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ...

ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’...

ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ...

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା...

କରୋନା ଲଢେଇରେ ଡବ୍ଲ୍ୟୁଏଫ୍‌ଏଫ୍‌ ଇଣ୍ଡିଆ

ଭୁବନେଶ୍ୱର,୨୫।୪:କରୋନା ଲଢ଼େଇରେ ଡବ୍ଲ୍ୟୁଏଫ୍‌ଏଫ୍‌ ଇଣ୍ଡିଆ ପକ୍ଷରୁ ଯୋଗଦାନ ରଖାଯାଇଛି। ସ୍ମାର୍ଟ ଚିପ୍‌ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ସହଯୋଗରେ ଡବ୍ଲ୍ୟୁଏଫ୍‌ଏଫ୍‌ ଇଣ୍ଡିଆ ପକ୍ଷରୁ ଗଞ୍ଜାମର ପୋଡ଼ମପେଟା, ଗୋଖୁରକୁଦା...

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ବଜେଟକୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ

ନୂଆଦିଲ୍ଲୀ,୨୦-୧: ବଜେଟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସୋସିଆଲ ମିଡିଆ କ୍ୟାମ୍ପେନ୍‌...

Advertisement
Archives

Model This Week