ଭରସା ସାଜିଛି ବିପଦସଙ୍କୁଳ ବାଉଁଶ ପୋଲ

ସାକ୍ଷୀଗୋପାଳ, ୨୦ା୭(ଡି.ଏନ୍‌.ଏ.): ରତ୍ନଚିରା ଖଲାସୀ ନାଳପାରି ହେବାପାଇଁ ସ୍ଥାୟୀ ସେତୁଟିଏ ନାହିଁ। ଫଳରେ ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ମଧୁବନ ମାଳର ଲୋକମାନେ ବିପଦସଙ୍କୁଳ ଭାବେ ବାଉଁଶ ପୋଲରେ ପାରି ହେଉଛନ୍ତି। ବର୍ଷବର୍ଷ ଧରି ସେମାନେ ଏହି ଅସ୍ଥାୟୀ ପୋଲରେ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ଟି ପରିବାରର ଲୋକଙ୍କର ଜୀବନ ଜୀବିକା ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଛି। ବିପଦ ପୂର୍ଣ୍ଣ ଭାବରେ ପ୍ରତିଦିନ ପିଲାମାନେ ସ୍କୁଲ କଲେଜକୁ ଯିବା ଆସିବା କରୁଛନ୍ତି। ସେତୁଟିଏ ନିର୍ମାଣ କରିବାକୁ ପ୍ରଶାସନ ଠାରୁ ରାଜନେତାଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କ୍ଷୋଭର ସହ କହିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ସେଠାରେ ପାଦଚଲା ସେତୁଟିଏ ନିର୍ମାଣ ପାଇଁ ୨୦୧୨ ମସିହାରେ ଟେଣ୍ଡର ଡକାଯାଇଥିଲା। ମାତ୍ର ମଞ୍ଜୁର ହୋଇଥିବା ଅନୁଦାନରେ କାମ କରିବା ସମ୍ଭବ ନ ହେବାରୁ ଟେଣ୍ଡର ନେଇଥିବା ଠିକାଦାର ଏହି କାମଟି କରି ପାରି ନ ଥିଲେ। ସେବେଠାରୁ ପୂର୍ବପରି ସମାସ୍ୟାଟି ପଡିରହିଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ମଳୟ ମଞ୍ଜରୀ ମୁଦୁଲି ବିଜୁ ସେତୁ ଯୋଜନାରେ ଏଠାରେ ଏକ ସ୍ଥାୟୀ ସେତୁ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେଇଥିବା ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଏବେ ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ପ୍ରଭାବରେ ପୁରୀ, ଜଗତସିଂପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ...

୧,୦୦୩ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ୧,୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ୯୩୯ଟି ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଓ ୬୪ଟି ଓଇଏସ୍‌-୨...

ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟଶଙ୍କର

ପୁରୀ ଅଫିସ,୨୭।୨: କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି ଶ୍ରୀମନ୍ଦିରରେ...

ଭୁବନେଶ୍ୱରର ୪ ଫ୍ଲାଟ୍‌ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ...

ଡିସଚାର୍ଜ ହେଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାଜପା ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା...

୬ ମାସ ବଢ଼ିଲା କରୋନା ଯୋଦ୍ଧାଙ୍କ ବୀମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ...

ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥରମାଡ଼

ବଡ଼ବିଲ,୨ା୭(ଦେବପ୍ରିୟ ରଣା): ହାଓ୍ବଡ଼ା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି। ଫଳରେ ବଗିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟ...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା...

Advertisement
Archives

Model This Week