ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଶୁକ୍ରବାର ବିଭାଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଭଦ୍ରକ ଜିଲାରେ ଚିକିତ୍ସାସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ତଥା ଖାଲି ଥିବା ଡାକ୍ତର ପଦବୀ ପୂରଣ ଉପରେ ବିଧାୟକମାନେ ଗୁରୁତ୍ୱ ଦେଇଥିଲେ। ଏହାସହ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ମତ ରଖିଛନ୍ତି। ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଞ୍ଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମ୍‌ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ଦିଲୀପ କୁମାର ଷଡ଼ଙ୍ଗୀଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିନିକୋଶିଆ ଜଙ୍ଗଲରୁ ପୁଣି ମୃତଦେହ ଉଦ୍ଧାର: ଲୋକେ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ

ସଜନାଗଡ଼,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତ ପିଡବ୍ଲ୍ୟୁ ୧୯ନଂ. ରାଜ୍ୟ ରାଜପଥ ପାର୍ଶ୍ୱ ତିନିକୋଶିଆ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ପୁଣି ଜଣେ...

କୋରାପୁଟରେ ପହଞ୍ଚିଲା ୩୫ ହଜାର କରୋନା ଟିକା, ଆସନ୍ତାକାଲିଠାରୁ ଟିକାକରଣ

କୋରାପୁଟ,୧୮ା୧(ସ୍ବ.ପ୍ର.): କୋରାପୁଟ ଜିଲାରେ ୩୫ ହଜାର କରୋନା ଟିକା ପହଞ୍ଚିଥିବା ବେଳେ ଗୁରୁବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର...

ବନ୍ଦ କୋଠରିରୁ ୧୨୩ କେଜି ଗଞ୍ଜେଇ ଜବତ

କୋରାପୁଟ,୨୫।୧(ସ୍ବ.ପ୍ର): ରାଜ୍ୟ ବାହାରକୁ ଚାଲାଣ ପାଇଁ ଏକ ବନ୍ଦ କୋଠରିରେ ରଖାଯାଇଥିବା ୧୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି। ଏହାର ବଜାର ମୂଲ୍ୟ ୧୨...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ: ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ

ଗୁଡ଼ଭେଲା, ୨୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌।...

ଆନ୍ଦୋଳନରୁ ଓହରିଲେ ପାଚିକା ସହାୟିକା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ):୧୩ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ପାଚିକା ସହାୟିକା ଶେଷରେ ଧାରଣାରୁ ଉଠିଛନ୍ତି। ଦେଢ଼ମାସ ମଧ୍ୟରେ ଦାବି ପୂରଣ କରାଯିବ...

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୨(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନା କରିଛନ୍ତି। ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରିଚୟ। ଆମ ଇତିହାସ,...

ନୂତନ ନିର୍ମାଣ ଦିଗରେ ନିଷ୍ଠା ନାହିଁ

ବଇଣ୍ଡା, ୩।୫ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ତରବରିଆ ଉଚ୍ଛେଦ ହେଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳିଠାରୁ...

ପ୍ରଶାସନ ନିର୍ଦ୍ଦେଶ ମାନୁନାହାନ୍ତି ରାଜ୍ୟ ବାହାରୁ ଫେରିଥିବା ଲୋକେ, ଜିଲାପାଳଙ୍କୁ ଚିଠି

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗଁା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ...

Advertisement
Archives

Model This Week