ଭତ୍ତା ସହ ସ୍କିଲ୍‌ ଟ୍ରେନିଂ ନେବେ ୫ କୋଟି ଏମ୍‌ଜିଏନଆର୍‌ଇଜିଏ ଶ୍ରମିକ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସାମିଲ ୫ କୋଟି ଶ୍ରମିକଙ୍କୁ ଦକ୍ଷିତା ପ୍ରଶିକ୍ଷଣ ଦେବେ। ସେମାନଙ୍କୁ ଯେପରି ଉନ୍ନତ ରୋଜଗାର ମିଳିବ ସେଥିପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। ମିଡିଆ ସହ ଆଲୋଚନା କାଳରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ ଅମରଜୀତ ସିହ୍ନା କହିଛନ୍ତି ଯେ, ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ସାମିଲ ଶ୍ରମିକଙ୍କ ସ୍କିଲ୍‌ ବା ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି। ସେ କେତେ ଦିନ ଧରି ଅଣକୁଶଳୀ ଶ୍ରମିକ ଭାବେ ଜୀବନଯାପନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ଗତ ୨ ବର୍ଷ ହେବ ଏହି ଯୋଜନାକୁ ସୀମିତ ସ୍ତରରେ ଆରମ୍ଭ କରିଥିଲେ। ଏବେ ଏହାକୁ ଯୋଜନାବଦ୍ଧ ଭାବେ ବ୍ୟାପକ ସ୍ତରରେ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଲାଗି ଟ୍ରେନିଂ କ୍ୟାମ୍ପର ଆୟୋଜନ କରାଯିବ। ଏଥିରେ ସାମିଲ ଶ୍ରମିକଙ୍କୁ ଭତ୍ତା ମଧ୍ୟ ଦିଆଯିବ। ଫଳରେ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ଅର୍ଥ ମିଳିଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ମଜୁରି କ୍ଷତି ହେବା ଭୟରେ ବହୁ ଶ୍ରମିକ ଏହି ଟ୍ରେନିଂରେ ସାମିଲ ହେବାକୁ ଚାହୁଁନାହାନ୍ତି। ଏହି ବାଧାକୁ ଦୂର କରିବା ଲାଗି ଏବେ ପ୍ରୟାସ କରାଯିବ। ଏଥିଲାଗି ଏକ ନିର୍ଦ୍ଧାରିତ ରାଶି ଶ୍ରମିକଙ୍କୁ ଭତ୍ତା ବାବଦରେ ଦିଆଯିବ। ଏଥିଲାଗି ସରକାର ୬୦୦ରୁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିଲାଗି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍କିଲ୍‌ ଡେଭଲପ୍‌ମେଣ୍ଟ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି। ଚଳିତବର୍ଷ ଅଗଷ୍ଟରୁ ଏହି ସ୍କିମ୍‌ ଆରମ୍ଭ କରାଯିବାର ଯୋଜନା ରହିଛି। ଜଳ ସଂରକ୍ଷଣ ଯୋଜନାକୁ ଏମ୍‌ଜିଏନ୍‌ଆର୍‌ଜିଏ ସହ ଯୋଡାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଓବିର ପୁରୀ ଶାଖା ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର,୪।୫: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି) ର ପୁରୀ ଶାଖା ପରିସରରେ ଏକ ନୂତନ ଗୃହ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଇଓବିର ପରିଚାଳନା...

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା...

ନୂଆ ମୋଡ଼ରେ ସା ରେ ଗା ମା ପା ସ୍ବରର ମହାମଞ୍ଚ

ଭୁବନେଶ୍ୱର,୨୭।୧୦: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ‘ଜୀ ସାର୍ଥକ’ରେ ପ୍ରସାରିତ ହେଉଥିବା ‘ସା ରେ ଗା ମା ପା ସ୍ବରର ମହାମଞ୍ଚ’ ୨ୟ...

ସାର ସବ୍‌ସିଡି ବୃଦ୍ଧିକଲେ ସରକାର

ନୂଆଦିଲ୍ଲୀ:  ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା...

ସୁନା @ ୩୮,୮୨୦ ଟଙ୍କା

ନୂଆଦିଲ୍ଲୀ,୨୨।୮: ସୁନା ଓ ରୁପା ଦର କ୍ରମାଗତ ରେକର୍ଡ କରିଚାଲିଛି। ଦୈନିକ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା...

ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି।...

ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ...

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

Advertisement
Archives

Model This Week