ଭଡା ବଢାଇଲା ରେଲଓ୍ବେ

ନୂଆଦିଲ୍ଲୀ,୧-୧: ଭାରତୀୟ ରେଳପଥ ପକ୍ଷରୁ ନୂଆ ବର୍ଷରେ ଯାତ୍ରୀ ଭଡା ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ରେଳପଥର ସମସ୍ତ ନେଟଓ୍ବର୍କରେ ଏହାକୁ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ। ସବର୍ବାନ ଟ୍ରେନଗୁଡିକ ଲାଗି ଭଡା ବୃଦ୍ଧି କରାଯାଇ ନ ଥିବା ଜଣାପଡିଛି। ସବର୍ବାନ ଫେୟାର ଅପରିବର୍ତ୍ତିତ ରହିଥିବା ବେଳେ ସାଧାରଣ ଅଣଏସି ଏବଂ ଅଣସବର୍ବାନ ରେଳଯାତ୍ରୀ ଭଡା କିମି ପିଛା ୧ ପଇସା ବୃଦ୍ଧି ଘଟିଛି। ମେଲ ଏବଂ ଏକ୍ସପ୍ରେସ ଅଣ ଏସି ଟ୍ରେନଗୁଡିକରେ କିମି ପିଛା ୨ ପଇସା ଭଡା ବଢିଛି। ଏସି ଶ୍ରେଣୀ ଲାଗି କିମି ପିଛା ୪ ପଇସା ଭଡା ବୃଦ୍ଧି ହୋଇଛି। ଶତାଦ୍ଦୀ, ରାଜଧାନୀ ଏବଂ ଦୁରନ୍ତୋ ଭଳି ପ୍ରିମିୟମ ଟ୍ରେନଗୁଡିକ ଲାଗି ମଧ୍ୟ ଯାତ୍ରୀ ଭଡା ବଢାଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଦିଲ୍ଲୀ-କୋଲକତା ମଧ୍ୟରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସର କିମି ପିଛା ଭଡା ୪ ପଇସା ବୃଦ୍ଧି ଘଟିଛି। ଏଥି ପାଇଁ ଯାତ୍ରୀ ପ୍ରାୟ ୫୮ ଟଙ୍କା ଅଧିକ ଦେବାକୁ ହେବ। ଏହାବାଦ ସଂରକ୍ଷଣ ଏବଂ ସୁପରଫାଷ୍ଟ ଚାର୍ଜରେ କୌଣସି ବୃଦ୍ଧି କରାଯାଇନାହିଁ। ବୁକ୍‌ ହୋଇ ସାରିଥିବା ଟିକେଟରେ ଦର ବୃଦ୍ଧି ଲାଗୁ ହେବ ନାହିଁ ବୋଲି ରେଳପଥ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ ପକ୍ଷରୁ ସହାୟତା

ଭୁବନେଶ୍ୱର,୧୫-୫: ଫନୀ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ଲାଗି ନିଶାନ ଇଣ୍ଡିଆ ଆଗେଇ ଆସିଛି। କମ୍ପାନୀ ପକ୍ଷରୁ କଟକ ଏବଂ ଭୁବନେଶ୍ୱରରେ ଜରୁରୀକାଳୀନ ମରାମତି ଟିମ୍‌...

୬ ବର୍ଷ ନିମ୍ନକୁ ଖସିଲା କମ୍ପାନୀଙ୍କ ଆୟ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ବିଗିଡ଼ିଯାଇଛି। ଗୋଟିଏ ପରେ ଗୋଟିଏ ରିପୋର୍ଟ ଆସୁଛି ଯାହା ଦେଶର ଭୟାବହ ସ୍ଥିତି ସମ୍ପର୍କରେ ଚେତାଇ ଦେଉଛି।...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ଏସିଆର ୨୦ ପରିବାର ସମ୍ପତ୍ତି;୨୦ ଗରିବ ଦେଶର ସମ୍ପତ୍ତି ସହ ସମାନ

ନୂଆଦିଲ୍ଲୀ, ୪-୯: ଏସିଆର ସବୁଠାରୁ ୨୦ ଅତି ଧନଶାଳୀ ପରିବାର ନିକଟରେ ୪୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏହି ୨୦ ପରିବାରର ସମ୍ପତ୍ତି...

କୃଷିଋଣ ପରିଶୋଧ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ଲକ୍‌ଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏହା ସ୍ବଳ୍ପକାଳୀନ...

୬୫ ବର୍ଷରେ ପଦାର୍ପଣ କଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଦେଶ ମଧ୍ୟରେ ଜୀବନ ବୀମା ସେବା ଯୋଗାଣ କ୍ଷେତ୍ରରେ ଏହା ଏକ...

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏଏସ୍‌ବିଏମ୍‌ର କୁଳାଧ୍ୟକ୍ଷ

ଭୁବନେଶ୍ୱର,୫-୧୦: ଏସିଆନ୍‌ ସ୍କୁଲ ଅଫ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରି ସେପ୍ଟେମ୍ବର ୨୬ରୁ କାର୍ଯ୍ୟକ୍ଷମ ହୋଇଛି। ଏହାର...

୧୮ ଦିନ କାମ ବନ୍ଦ କଲା ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଚିନ୍ତିତ କମ୍ପାନୀଗୁଡ଼ିକ କାର୍ଯ୍ୟ ସମୟ ହ୍ରାସ କରିବା ଭଳି ଉପାୟ ଆପଣାଇବା ଆରମ୍ଭ କଲେଣି। ମାରୁତି ତା’ର...

Advertisement


Archives

Model This Week