ଭଡାରେ ଦିଆଯିବ ବିଏସ୍‌ଏନ୍‌ଏଲ୍‌ର ଫାଇବର ନେଟ୍‌ଓ୍ବାର୍କ

ନୂଆଦିଲ୍ଲୀ,୨୩-୬: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଫାଇବର ନେଟ୍‌ଓ୍ବାର୍କକୁ ଭଡାରେ ଦେବା ଲାଗି ଟେଲିକମ୍‌ ବିଭାଗ(ଡିଓଟି) ଖୁବଶୀଘ୍ର ଏକ ପ୍ରସ୍ତାବ ଆଗତ କରିବ। ଏହାଦ୍ୱାରା କମ୍ପାନୀର ନଗଦ ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ ବୋଲି ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଏସ୍‌ଏଲ୍‌ଏଲ୍‌ ନିକଟରେ ମୋଟ ୮ ଲକ୍ଷ ରୁଟ୍‌ କିଲୋମିଟର ଫାଇବର ଆଧାରିତ ନେଟ୍‌ଓ୍ବାର୍କ ରହିଛି। ଏହାକୁ ଅନ୍ୟ ଟେଲିକମ୍‌ କମ୍ପାନୀଗୁଡ଼ିକୁ ବ୍ୟବହାର ଲାଗି ଅନୁମତି ଦିଆଯିବ। ଏହାବାବଦରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭଡା ପାଇବ। ବର୍ତ୍ତମାନ କମ୍ପାନୀ ନିକଟରେ ନଗଦ ସଙ୍କଟ ଏକ ସମସ୍ୟା ହୋଇ ଦେଖାଦେଇଛି। ଏହା ନିଜର ଆବଶ୍ୟକତା ପୂରଣ କରିପାରୁ ନାହିଁ। ସେହିପରି ଭିଆର୍‌ଏସ୍‌ ସ୍କିମ୍‌ ଲାଗୁ କରିବା ଲାଗି ଏହାକୁ ପ୍ରାୟ ୬୫୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। କମ୍ପାନୀକୁ ସରକାରଙ୍କଠାରୁ ବର୍ତ୍ତମାନ ୩୩୦୦ କୋଟି ଟଙ୍କା ପାଣ୍ଠି ମିଳିବ। ଡିଓଟିର ପ୍ରସ୍ତାବ ଗୃହିତ ହେଲେ ବିଏସ୍‌ଏନ୍‌ଏଲ୍‌ ବାର୍ଷିକ ୩୦ ହଜାର କୋଟି ଟଙ୍କା ଆୟ କରିବ। ଏହାବ୍ୟତୀତ କମ୍ପାନୀ ପଡ଼ି ରହିଥିବା ସମ୍ପତ୍ତିରୁ ମଧ୍ୟ ଆୟ କରିପାରିବ। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ ଲାଗି ଏସ୍‌ବିଆଇ ଇତିମଧ୍ୟରେ ୧୫୦୦ କୋଟି ଟଙ୍କାର ଋଣ ଦେବାକୁ ଯାଉଛି। ୧.୬୮ ଲକ୍ଷ କର୍ମଚାରୀ ଥିବା ଏହି ରାଷ୍ଟ୍ରାୟତ୍ତ ସଂସ୍ଥାରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ବେତନ ଦେବାକୁ ନେଇ ଅସୁବିଧା ସୃଷ୍ଟି ହେଉଛି। କମ୍ପାନୀର ଆୟ କ୍ରମାଗତ ହ୍ରାସ ପାଇଚାଲିଛି। ୨୦୧୭ ଆର୍ଥିକ ବର୍ଷରେ ଏହାର କ୍ଷତିର ପରିମାଣ ୪୭୮୬ କୋଟି ଟଙ୍କା ଥିଲା ବେଳେ ୨୦୧୮ରେ ଏହା ୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri