ଭଡ଼ାରେ ଲାଗିଥିଲା ପଞ୍ଚାୟତ କାର୍ଯ୍ୟାଳୟ : ବିଡିଓଙ୍କ ଉପସ୍ଥିତିରେ ଖାଲିହେଲା ଘର

ନାଉଗାଁ,୩୧ା୭(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ୬ ବର୍ଷ ହେଲା ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିଲା। ଜଣେ ବ୍ୟବସାୟୀ ସେଠାରେ ସିମେଣ୍ଟ, ରଡ୍‌, ସାର ଆଦି ରଖି ବ୍ୟବସାୟ କରୁଥିଲେ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ବିଡିଓଙ୍କ ଉପସ୍ଥିତିରେ ଉକ୍ତ କାଯର୍‌ୟାଳୟ ଖାଲି କରାଯିବା ସହ ପ୍ରଶାସନ ପକ୍ଷରୁ ତାଲା ପକାଯାଇଛି। ସମ୍ପୃକ୍ତ ବ୍ୟବସାୟୀ ଉକ୍ତ ଗୃହରେ ୨୦୦ ବସ୍ତା ସିମେଣ୍ଟ, ୪୦୦ ବସ୍ତାରୁ ଊର୍ଦ୍ଧ୍ୱ ସାର ଓ ଲୁହା ରଡ୍‌ ଗଚ୍ଛିତ ରଖିଥିଲେ। ବିଡିଓ ରଶ୍ମିରେଖା ମଲ୍ଲିକ, ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର, ଜିପିଓ ଦିନେଶ ରାୟ, ଏପିଓ ଜ୍ୟୋତିର୍ମୟ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ମଲିକଙ୍କ ଉପସ୍ଥିତିରେ ଉକ୍ତ ଗୃହ ଖାଲି କରାଯାଇଥିଲା। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ପରେ ପଞ୍ଚାୟତ କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତର ହୋଇଥିଲା। ସେବେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଭଡ଼ାରେ ଦିଆଯାଇଥିଲା। ବିନା ନିଲାମୀରେ ଉକ୍ତ ସରକାରୀ ଗୃହ କିପରି ଜଣେ ବ୍ୟବସାୟୀଙ୍କୁ ଭଡ଼ାରେ ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେହିପରି ବଜାର ମଧ୍ୟରେ ଘର ଭଡ଼ା ଅଧିକ ଥିବାବେଳେ ପଞ୍ଚାୟତ ଅଫିସ ଘର ଅଳ୍ପ ମୂଲ୍ୟରେ ଭଡ଼ାରେ ଦେଇ ପଞ୍ଚାୟତ ପ୍ରତିନିଧି ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ନେଉଥିବା ଚର୍ଚ୍ଚା ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘର ଖାଲି କରିବା ନିମନ୍ତେ ୪ ଥର ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେ ଘର ଖାଲି ନ କରିବାରୁ ବିଡିଓ ମଲିକ ଏକ ଜରୁରୀକାଳୀନ ବୈଠକ ଡକାଇ ୭ ଦିନିଆ ନୋଟିସ ପ୍ରଦାନ କରିଥିଲେ। ଗତ ୨୬ ଜୁଲାଇରେ ଘର ଖାଲି କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବ୍ୟବସାୟୀ ଜଣଙ୍କ ଘର ଖାଲି ନ କରିବାରୁ ପ୍ରଶାସନ ପକ୍ଷରୁ ପୋଲିସ ସହାୟତାରେ ଘର ଖାଲି କରାଯାଇଛି। ଏ ସମ୍ପର୍କରେ ବିଡିଓ ମଲ୍ଲିକ କହିଛନ୍ତି ଯେ, ପୂର୍ବରୁ ତାଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା। ସେ ଘର ଖାଲି ନ କରିବାରୁ ପୁନର୍ବାର ୭ ଦିନିଆ ନୋଟିସ ପ୍ରଦାନ କରାଯାଇଥିଲା। ତଥାପି ସେ ଗୃହ ଖାଲି କରି ନଥିଲେ। ତେଣୁ ପ୍ରଶାସନ ତରଫରୁ ତାଲା ଭଙ୍ଗାଯାଇ ଗୃହ ଖାଲି କରାଗଲା। ଉକ୍ତ ଘର କିପରି ଭଡ଼ାରେ ଦିଆଯାଇଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri