Posted inଜାତୀୟ

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ କରାଯିବ। ଗୁଜରାଟରେ ପ୍ରତିଷ୍ଠା ହୋଇଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିଠାରୁ ମଧ୍ୟ ଏହା ଅଧିକ ଉଚ୍ଚତା ବିଶିଷ୍ଟ ହେବ। ଏହା ବିଶ୍ୱର ସର୍ବୋଚ୍ଚ ଷ୍ଟାଚ୍ୟୁ ହେବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଯୋଧ୍ୟାର ସରାୟୁ ନଦୀ ନିକଟରେ ପ୍ରାୟ ଶହେ ହେକ୍ଟର ସ୍ଥାନରେ ଏହା ନିର୍ମାଣ କରାଯିବାର ଯୋଜନା ରହିଛି। ଏଥିପାଇଁ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅଯୋଧ୍ୟାର ଆଧୁନିକିକରଣ ପାଇଁ ରାମଙ୍କ ଉପରେ ଏକ ଡିଜିଟାଲ ମ୍ୟୁଜିୟମ, ଲାଇବ୍ରେରୀ, ପାର୍କିଂ ଓ ଫୁଡ ପ୍ଲାଜା ଭଳି ସୁବିଧା କରାଯିବାକୁ ଯୋଜନା ରହିଛି। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ଗୁଜରାଟ ସରକାରଙ୍କ ସହ ଏକ ଏମ୍‌ଓୟୁ ସାଇନ୍‌ କରିଛନ୍ତି। ଯେଉଁଥିରେ ଗୁଜରାଟ ସରକାର ଟେକ୍ନିକାଲ ଆସିଷ୍ଟାନସ୍‌ ଓ ଗାଇଡାନ୍ସ ଯୋଗାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା

କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର...

ସୋନିଆ ଗାନ୍ଧୀ କାହିଁକି ହୋଇ ପାରିବେନି ପ୍ରଧାନମନ୍ତ୍ରୀ୍‌, ରାମଦାସଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ରୀୟ ମନ୍ତ୍ରୀ ତଥା ଆର୍‌ପିଆଇ ନେତା ରାମଦାସ ଉଠାଓ୍ବଲେ ସୋନିଆ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ...

ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା...

ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ତଥା ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କୀୟ ଜ୍ୟାକଲିନ ଫର୍ନାଣ୍ଡିସ ହାଜର...

ଦୈନିକ ସଂକ୍ରମଣ ୬୩…

ନୂଆଦିଲ୍ଲୀ, ୧୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

ଜରୁରୀକାଳୀନ ପରିସ୍ଥିତିର ୨୧ ମାସର କଳା ଇତିହାସ

ନୂଆଦିଲ୍ଲୀ,୨୪।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ୪୫ ବର୍ଷ ତଳେ ୧୯୭୫ ଜୁନ୍‌ ୨୪ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି...

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି...

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ...

Advertisement
Archives

Model This Week