Posted inଫୁରସତ

ଭକ୍ତମାନେ ଗଣେଶଙ୍କୁ ଦେଉଛନ୍ତି ଚିଠି

ଲକ୍ଷ୍ନୌ: ଜ୍ଞାନକୌଶଳର ବିକାଶ ଏବେ ଡାକ ବିଭାଗର ଚିଠି ବୋଝ କମାଇ ଦେଇଛି, କିନ୍ତୁ ପ୍ରଭୁ ବିଘ୍ନନାଶକ ଶ୍ରୀଗଣେଶଙ୍କ ପାଖକୁ ଆସୁଛି ବସ୍ତା ବସ୍ତା ଚିଠି। ଏମିତିକା ଚିଠି ଦେଉଛନ୍ତି ଭକ୍ତମାନେ। ଲକ୍ଷ୍ନୌର ଅଧା ଡଜନ ପୂଜା ମଣ୍ଡପରେ ଏଭଳି ଚିଠି ମିଳିଛି ଶ୍ରୀଗଣେଶଙ୍କୁ। ମଣ୍ଡପରେ ଶ୍ରୀଗଣେଶଙ୍କୁ ‘ମନୌତିୟୋଁ କି ରାଜା’ (ଇଚ୍ଛା ବା କାମନାର ରାଜା) ବୋଲି କୁହାଯାଏ। ତାଙ୍କ ପାଖରେ ଯେକୌଣସି ସମସ୍ୟାର ସମାଧାନ ପାଇଁ ଚିଠି ଲେଖି ଜଣାଇଲେ ତାହା ପୂରଣ ହୋଇଯାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ଏହି ଚିଠି ଲେଖି ସେଠାରେ ରଖାଯାଇଥିବା ବାକ୍ସ ମଧ୍ୟରେ ପକାଇବାକୁ ପଡେ। ଏ ବର୍ଷ ନୂଆ କରି ଆରମ୍ଭ କରାଯାଇଥିବା ଏକ ପୂଜା ମଣ୍ଡପର ସଦସ୍ୟ ଅରବିନ୍ଦ କୁଶଓ୍ବା କହନ୍ତି ଯେ. ତାଙ୍କ ପୂଜା ମଣ୍ଡପରେ ଦିନକୁ ୩ ବସ୍ତା ଚିଠି ମିଳୁଛି। ପୂଜା ମଣ୍ଡପରେ ଭକ୍ତମାନେ ଚିଠି ଲେଖିବା ପାଇଁ କାଗଜ ଓ କଲମ ବି ଯୋଗାଇ ଦିଆଯାଉଛି। ବାକ୍ସରୁ ଚିଠି ବାହାର କରାଯିବା ପରେ ତାହାକୁ ପୂଜକ ଶ୍ରୀଗଣେଶଙ୍କ ସମ୍ମୁଖରେ ପଢନ୍ତି ଓ ସେମାନଙ୍କ ଚିଠିର ଉତ୍ତର ଦେବାକୁ ପ୍ରର୍ଥନା କରନ୍ତି। ମନୌତିୟୋଁର ରାଜା ଶ୍ରୀଗଣେଶଙ୍କ ଉପରେ ଲୋକମାନଙ୍କର ଅଗାଧ ବିଶ୍ୱାସ ରହିଛି। ଚାକିରି ଓ ଭଲ ଜୀବନସୀଥୀ ପାଇବା, ବିବାଦର ସମାଧାନ କରିଦେବା ପାଇଁ ଗଣେଶଙ୍କ ପାଖକୁ ଭକ୍ତମାନେ ଚିଠି ଲେଖୁଛନ୍ତିି। କଶ୍ମୀରରେ ରହୁଥିବା ବନ୍ଧୁମାନଙ୍କ କୁଶଳ କାମନା କରି ଅନେକ ଚିଠି ଲେଖାଯାଇଥିବା ଦେଖାଯାଇଛି। ଚାକିରିରେ ପଦୋନ୍ନତି ଓ ଆୟକର ସମସ୍ୟାରୁ ମୁକ୍ତି ପାଇବା ଲାଗି ମଧ୍ୟ ଲୋକମାନେ ଚିଠି ଲେଖିଛନ୍ତି । ଯାହା କୋର୍ଟରେ ସମାଧାନ ହେବା କଥା ତାହା ଶ୍ରୀଗଣେଶ କରିଦେବେ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri