ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ ମିଳିବାରୁ ୨ ଭାଇ ଏକ ସାଇକେଲରେ ବୋହି ନେଇ ଅନ୍ତିମ ସତ୍କାର କରିଛନ୍ତି।
ପ୍ରକୃତ ଘଟଣା ହେଲା, ସ୍ବାମୀ ପରିତ୍ୟକ୍ତା ମହିଳା ନୁଆଁଖାଇ ପାଣ୍ଡେ(୪୨) ୨ ଭାଇଙ୍କ ସହ ରହୁଥିଲେ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାବେଳେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ତିମ ସତ୍କାରରେ ସମ୍ପର୍କୀୟ କି ଗ୍ରାମବାସୀ କେହି ଆସିଲେ ନାହିଁ। ତେଣୁ ଶନିବାର ସକାଳେ ୨ ଭାଇ ଟେକାରାମ ପାଣ୍ଡେ ଏବଂ ପୁରୁଷୋତ୍ତମ ପାଣ୍ଡେ ସାଇକେଲରେ ଭଉଣୀର ମୃତଦେହକୁ ବୋହି ଗାଁ ନିକଟସ୍ଥ ଭଣ୍ଡାରୀ ନଦୀପଠାରେ ଦାହ କରିଛନ୍ତି। ତେବେ ପାରିବାରିକ କଳହ ଯୋଗୁ କେହି ଆସି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ...

ଅର୍ଥନୀତିଜ୍ଞ ସନାତନ ମହାନ୍ତିଙ୍କ ପରଲୋକ

ଭଦ୍ରକ ଅଫିସ,୧୬।୫:  ଭଦ୍ରକର ସାରସ୍ବତ ସାଧକ, ଅର୍ଥନୀତିଜ୍ଞ ପ୍ରଫେସର ଡ. ସନାତନ ମହାନ୍ତି (୯୪)ଙ୍କର ଶନିବାର ଜାନୁଗଞ୍ଜସ୍ଥିତ ବାସଭବନରେ ପରଲୋକ ଘଟିଛି। ଆଗରପଡ଼ାସ୍ଥିତ କୁଅଁାଶମଢ଼ିଆ ପୈତୃକ...

୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି।...

ଦାଦନ ଯାଇ ଜୀବନ ଗଲା

କାମାକ୍ଷାନଗର, ୩୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲାରେ ଦାଦନ ଦୁଃଖର ଦାରୁଣ ଚିତ୍ର ପଦାକୁ ଆସିଛି। ପେଟ ପାଟଣା ଚିନ୍ତାରେ ବାଙ୍ଗାଲୋର ଯାଇଥିବା ଜଣେ ଯୁବକ ରୋଗଗ୍ରସ୍ତ...

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ...

ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ :  ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ...

ଦବୁଛି ସୌରଚାଳିତ ଗଭୀର ନଳକୂପଅଭିଯୋଗ ପରେ ମଧ୍ୟ ମରାମତି ହେଉନି

ଝୁମ୍ପୁରା, ୨୭।୫(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତର ଜଡିପଦା ସାହିରେ ଥିବା ସୋଲାର ସିଷ୍ଟମର ଗଭୀର ନଳକୂପର ଏକ ପାର୍ଶ୍ୱ ଦବିବାରେ ଲାଗିଛି।...

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ...

Advertisement


Archives

Model This Week