ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କୁ ୩ ମାସର ଅଗ୍ରୀମ ପେନଶନ

ନୂଆଦିଲ୍ଲୀ୨୮। ୩: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବାଙ୍କ ଲାଗି ସରକାର ୩ ମାସର ଅଗ୍ରୀମ ପେନସନ ପ୍ରଦାନ କରିବେ। ଏହା ଦ୍ୱାରା ପ୍ରାୟ ୩ କୋଟି ହିତାଧିକାରୀ ଉପକୃତ ହେବେ। କରୋନା ଭାଇରସ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଏପ୍ରିଲ ପହିଲାରେ ଏହା ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଅଧୀନରେ ସରକାର ଗରିବ ଲୋକ, ବିଧବା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ପେନସନ ପ୍ରଦାନ କରୁଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନ ଏହି ଯୋଜନାରେ ପେନଶନ ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ୨.୯୮ କୋଟି ହିତାଧିକାରୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ଭତ୍ତା ପ୍ରଦାନ ନେଇ ଯୋଜନା ଧାର୍ଯ୍ୟ ହୋଇଛି। ଏନ୍‌ଏସ୍‌ଏପିରେ ୬୦ରୁ ୭୯ ବୟସର ବ୍ୟକ୍ତି ବିଶେଷଙ୍କୁ ମାସିକ ୨୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ୮୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ମାସିକ ୫୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିଭଳି ୪୦ରୁ ୭୯ ବର୍ଷ ବୟସ୍କ ବିଧବାକୁ ମାସିକ ୩୦୦ ଏବଂ ୮୦ ବର୍ଷରୁ ଅଧିକ ହୋଇଥିଲେ ୫୦୦ ଟଙ୍କା ଦେବାର ନିୟମ ରହିଛି। ସେହିଭଳି ୭୯ ବର୍ଷ ବୟସ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷ ଏବଂ ଉର୍ଦ୍ଧ୍ୱ ବୟସ ବ୍ୟକ୍ତି ବିଶେଷଙ୍କୁ ୫୦୦ ଟଙ୍କା ଦିଆଯାଇଛି। ଏହାବାଦ ୨ଟି କିସ୍ତିରେ ଆଗାମୀ ୩ ମାସ ଯାଏ ୧୦୦୦ ଟଙ୍କା ଦିଆଯିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି। ଫର୍ମ ୧୫ଜି ତଥା ଫର୍ମ ୧୫...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ...

କେନ୍ଦୁଝରରେ ମାକଏ’ର ଡିଲର ମିଟ୍‌

ଭୁବନେଶ୍ୱର,୨୫।୮:ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ମାକଏ ପକ୍ଷରୁ କେନ୍ଦୁଝରର ଶ୍ରୀକ୍ଷେତ୍ର ଇଣ୍ଟନ୍ୟାଶନାଲଠାରେ ଏକ ଡିଲର ମିଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର...

ନରାକାସ୍‌ର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨୪।୮: ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ ମଙ୍ଗଳବାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର ମୁଖ୍ୟାଳୟଠାରେ...

ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ...

ଏଆଣ୍ଡ୍‌ଏସ୍‌ ପାୱାର ସହ ୱାର୍ଡ ୱିଜାର୍ଡର ସହଭାଗିତା

ଭୁବନେଶ୍ୱର,୨୨।୮: ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ଏବଂ ଏଆଣ୍ଡ୍‌ଏସ୍‌ ପାୱାରର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ପରବର୍ତ୍ତୀ ପିଢ଼ିର...

ଜି’ରେ ୭.୮% ଅଂଶଧନ ବିକ୍ରି କରିବ ଇନ୍‌ଭେସ୍କୋ

ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍‌ଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ର ବଡ଼ ଅଂଶଧାରକ ଇନ୍‌ଭେସ୍କୋ ଡେଭେଲପ୍‌ମେଣ୍ଟ ମାର୍କେଟ୍‌ସ ଗୁରୁବାର ଦିନ ବ୍ଲକ୍‌ ଡିଲ୍‌ ଜରିଆରେ ଜି’କୁ ୭.୮% ଅର୍ଥାତ୍‌ ୨,୨୦୦...

ଓଡ଼ିଶାର ୩୯ ସହରରେ ଜିଓ ଫାଇବର

ନୂଆଦିଲ୍ଲୀ,୧୫।୪: ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ନିକଟରେ ବାରିପଦା, ଉମରକୋଟ୍‌,...

Advertisement
Archives

Model This Week