ବ୍ୟାନ୍‌ ସତ୍ତ୍ୱେ ଗୁଟ୍‌ଖା ଖୁଲମଖୁଲା ବିକ୍ରି : ଯାଞ୍ଚ ରିପୋର୍ଟ ଦେବେ ଅତିରିକ୍ତ ଡିଜି

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ରାଜ୍ୟରେ ଗୁଟ୍‌ଖା ବ୍ୟାନ୍‌ ସତ୍ତ୍ୱେ ଖୁଲମ୍‌ଖୁଲା ବିଭିନ୍ନ ସ୍ଥାନରେ ବିକ୍ରି ଚାଲିଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଆଇନ୍‌ ମୁତାବକ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ଗୁଟ୍‌ଖାର ପ୍ରସ୍ତୁତି, ମହଜୁଦ ଓ ବ୍ୟବସାୟ କରିବା ସମ୍ପୂର୍ଣ୍ଣ ବେଆଇନ। ଏହା ସତ୍ତ୍ୱେ ଆଇନ୍‌କୁ ଆଖିଠାର ମାରି ବେଧଡ଼କ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ରି କରାଯାଉଛି ଗୁଟ୍‌ଖା। ଏଥିସହ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ହୁକ୍‌କା ବାର୍‌ ଚାଲୁଥିବାବେଳେ ଭାରିମାତ୍ରାରେ ନିକୋଟିନ୍‌ର ବ୍ୟବହାର କରାଯାଉଛି। ଯାହାର ମାତ୍ରାଧିକ କୁପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ୁଛି। ଅନ୍ୟପଟେ ଗୁଟ୍‌ଖା ବିକ୍ରି ଉପରେ ଲାଗିଥିବା ପ୍ରତିବନ୍ଧକ କେବଳ ସରକାରୀ କାଗଜପତ୍ରରେ ସୀମିତ ରହିଛି। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏବଂ ପ୍ରଶାସନିକ ଉଦାସୀନତା କାରଣରୁ ଖୋଲାଖୋଲି ଗୁଟ୍‌ଖା ବିକ୍ରି ହେଉଛି। ଏ ନେଇ ଓଡ଼ିିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରିଛନ୍ତି। ଏଥିସହ ୨୦୦୩ କୋଟପା ଆକ୍ଟର ସେକ୍ସନ-୬ର ଖୋଲା ଖୋଲି ଉଲ୍ଲଂଘନ କରାଯାଉଛି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭଟ୍ଟ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଓଏଚ୍‌ଆରସି ଅଧ୍ୟକ୍ଷ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ଯାଞ୍ଚ୍‌ କରି ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଅତିରିକ୍ତ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉ କି, ୨୦୧୨ ଅଗଷ୍ଟ ୧୭ରେ ରାଜ୍ୟ ସରକାର ଗୁଟ୍‌ଖା ଓ ପାନମସଲା ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ। ସେହି ସମୟରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ଦାମୋଦର ରାଉତ ଗୁଟ୍‌ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। ଗ୍ଲୋବାଲ ଆଡଲ୍ଟ ଟବାକୋର ସର୍ଭେ ଅନୁଯାୟୀ ରାଜ୍ୟର ୪୩% ଲୋକେ ଗୁଟ୍‌ଖା ବ୍ୟବହାର କରନ୍ତି। ଫଳରେ ରାଜ୍ୟରେ ଅଧିକ ମାତ୍ରାରେ କ୍ୟାନସର ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ୧୦ହଜାରରୁ ଅଧିକ ନୂତନ ମୁଖ କ୍ୟାନସର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ...

ପଥଚାରୀଙ୍କ ପାଇଁ ରାଜ୍ୟ, ଜାତୀୟ ରାଜପଥରେ ହେବ ସ୍ବତନ୍ତ୍ର ଟ୍ରାକ୍‌

ଭୁବନେଶ୍ବର,୧୬ା୯(ବ୍ୟୁରୋ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ବତନ୍ତ୍ର ଟ୍ରାକ୍‌, ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର...

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧...

ସାଢ଼େ ୮ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଗଲା ସହାୟତା ରାଶି

ଭୁବନେଶ୍ବର,୭।୧(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩...

ପୌରଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପର ନିର୍ବାଚନ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୧୦୭ଟି ପୌର ପରିଷଦ...

ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ...

ରୋବୋସ୍ମାର୍ଟ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୨୧ା୮(ସୂର୍ଯ୍ୟକାନ୍ତ ବେହେରା):ସାଢ଼େ ୯ ଲକ୍ଷରୁ ଅଧିକ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ରୋବୋସ୍ମାର୍ଟ ଲ୍ୟାବ ପ୍ରା.ଲି.ର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ

ଭୁବନେଶ୍ୱର,୯।୭(ବ୍ୟୁରୋ):ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

Advertisement
Archives

Model This Week