ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସାରା ବିଶ୍ୱର ବାଣିଜ୍ୟ କାରବାରକୁ ବହୁ ହାରରେ କ୍ଷତି ପହଞ୍ଚାଇଛି। ଏଥିଯୋଗୁ କମ୍ପାନୀଗୁଡିକ ଦେବାଳିଆ ହେବା ସହ ବୃହତ୍‌ ହାରରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ହେଉଥିବା ଦେଖାଯାଇଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ଏକ ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସରକାର ଏବଂ ବିଭିନ୍ନ ନିୟାମକ ଏ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ନ ବଢ଼ାଇବା ଲାଗି ସରକାର ଚିନ୍ତା କରୁଛନ୍ତି। କାରଣ ଜିଏସ୍‌ଟି ବଢିଲେ ବିଭିନ୍ନ ସାମଗ୍ରୀ ଦର ବୃଦ୍ଧି ଘଟିବ ଏବଂ ଲୋକମାନେ ଏହାଦ୍ୱାରା ବିଭିନ୍ନ ସମସ୍ୟା ସାମ୍ନା କରିବେ। ବାଣିଜ୍ୟ ପରିଚାଳନାରେ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ଟିକସ ହ୍ରାସ ସମେତ ଅନ୍ୟ ପଦକ୍ଷେପ ନେବାକୁ କମ୍ପାନୀଗୁଡିକ ଦାବି କରୁଛନ୍ତି। ସେହିଭଳି ଲୋକଙ୍କ ନିକଟକୁ ପ୍ରତ୍ୟକ୍ଷ ଭାବେ ଅର୍ଥ ହସ୍ତାନ୍ତର ହେଲେ ଏହା ଚାହିଦା ବଢାଇବା ଦିଗରେ ଯୋଗଦାନ ରଖିବ। ହେଲେ ଏଭଳି କୌଣସି ପଦକ୍ଷେପ ସରକାର ବର୍ତ୍ତମାନ ଯାଏ ହାତକୁ ନେଇ ନାହାନ୍ତି। ଆସନ୍ତା ମାସରେ ଜିଏସ୍‌ଟି ବୈଠକ ବସିବାକୁ ଯାଉଛି। ବର୍ତ୍ତମାନ ଟିକସ ସଂଗ୍ରହ କମିଥିଲେ ମଧ୍ୟ ଜିଏସ୍‌ଟି ବଢିବ ନାହିଁ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଟିକସ ସଂଗ୍ରହ କମିଥିବା ବେଳେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଫଳରେ ସରକାର ଅଧିକ ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ,...

ଭାରତକୁ ବିଶ୍ୱ ଲିଡର କରିବ ସଂସ୍କାରଧାରା

ଅର୍ଥନୀତିରେ ପରିବର୍ତ୍ତନ ଧାରା ଆଣିବା ଲାଗି ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବା ଉପରେ ଦେଶର ଶିଳ୍ପ ଜଗତ ଗୁରୁତ୍ୱାରୋପ କରିଛି। ଦେଶର ପ୍ରମୁଖ ଶିଳ୍ପ ନେତାମାନେ...

ସରକାରୀ ପ୍ରୋତ୍ସାହନ ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୭-୧୨: ଟେଲିକମ୍‌ କମ୍ପାନୀଗୁଡିକ ଏବେ ପ୍ରଭାବିତ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡିକ ଉପରେ ଏବେ ବୃହତ୍‌ ଋଣ ବୋଝ ରହିଥିବାରୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡିଛି।...

‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ...

ନିବେଶକଙ୍କ ୨.୮୭ଲକ୍ଷ କୋଟି ଲାଭ

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ଖୁସିରେ ଗୁରୁବାର ପୂର୍ବାହ୍ନରେ ଷ୍ଟକ୍‌ ମାର୍କେଟରେ ସେନ୍‌ସେକ୍ସ ୪୦ ହଜାର ଏବଂ ନିଫ୍ଟି ୧୨ ହଜାର ପଏଣ୍ଟ...

ପରଟାରେ ଲାଗିବ ୧୮% ଜିଏସ୍‌ଟି:ଏଏଆର୍‌

ମୁମ୍ବାଇ,୧୩।୬: ପରଟା ରୁଟି ନୁହେଁ। ଏଥିରେ ୧୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ଥିବା ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(ଏଏଆର୍‌)ର...

ଷ୍ଟେମ୍‌ରେ ମହିଳାଙ୍କ ସଂଖ୍ୟା ୩୦%କୁ ବୃଦ୍ଧି ହେବ

ଭୁବନେଶ୍ୱର,୧୪ା୩ : ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଂଟ୍‌ (ଷ୍ଟେମ୍‌)ରେ ମହିଳାଙ୍କ ଯୋଗଦାନ ବଢ଼ୁଛି। ତେଣୁ କେବଳ ଭାରତ ନୁହେଁ ବରଂ ସାରା ଦୁନିଆର ଲାଭ...

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ...

Advertisement
Archives

Model This Week