ବ୍ୟାଙ୍କ ମହାମିଶ୍ରଣ: ପ୍ରଯୁକ୍ତି, ମାନବସମ୍ବଳ ପରିଚାଳନା ହେବ ସବୁଠୁ ବଡ଼ ଆହ୍ବାନ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ଘୋଷଣା କରିଛନ୍ତି। ନେକ୍ସଟ ଜେନେରେଶନ ବ୍ୟାଙ୍କ ବା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କିନ୍ତୁ ମହାମିଶ୍ରଣ କାମରେ ନିୟୋଜିତ ଅଧିକାରୀଙ୍କ ମତରେ ଏହା ଏତେଟା ସହଜ ନୁହେଁ। ପ୍ରଯୁକ୍ତି ଏକୀକରଣ ଏବଂ ମାନବ ସମ୍ବଳ ପରିଚାଳନା ଏ ଦିଗରେ ସବୁଠାରୁ ବଡ଼ ଆହ୍ବାନ ହୋଇ ଦେଖାଦେଇଛି।

ପ୍ରଯୁକ୍ତି ମିଶ୍ରଣ କଷ୍ଟସାଧ୍ୟ
ବ୍ୟାଙ୍କ ମହାମିଶ୍ରଣରେ ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌କୁ ମିଶାଇବା ସବୁଠୁ ସହଜ କାମ। ଏହାପରେ ଜମା ଅର୍ଥକୁ ଏକାଠି ମିଶାଇବା ଓ ଏଟିଏମ୍‌ ନେଟ୍‌ଓ୍ବର୍କକୁ ଏକତ୍ରୀକରଣ କରିବା ସହଜ ହୋଇଯିବ। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଦୁଇଟି ଆଇଟି ପ୍ଲାଟଫର୍ମକୁ ଗୋଟିଏ ନେଟ୍‌ଓର୍‌ବକରେ ଯୋଡିବା ଅସମ୍ଭବ ବ୍ୟାପାର ହେବ। ଏହା ବଦଳରେ ନୂଆ ନେଟ୍‌ଓ୍ବର୍କ ଆପଣାଇବା ବ୍ୟାଙ୍କଗୁଡ଼ିକ ପାଇଁ ସହଜ ଉପାୟ ହେବ। ତେବେ ସରକାରଙ୍କ ପଦକ୍ଷେପରୁ ଏହା ସ୍ପଷ୍ଟ ହେଉଛି ଯେ, ଗୋଟିଏ ପ୍ରକାର ଆଇଟି ପ୍ଲାଟଫର୍ମ ଥିବା ବ୍ୟାଙ୍କଗୁଡ଼ିକୁ ସମ୍ଭବତଃ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଯାଇଛି।

କର୍ମଚାରୀ ଓ ଗ୍ରାହକଙ୍କ ସମସ୍ୟା ସମାଧାନ
ସହଯୋଗୀ ବ୍ୟାଙ୍କଗୁଡ଼ିକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ମିଶ୍ରଣ ବେଳେ ଏହାର ଅଧ୍ୟକ୍ଷା ଥିଲେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ। ସେତେବେଳେ ସେ କହିଥିଲେ ଯେ, ଏସ୍‌ବିଆଇ ସହ ସହଯୋଗୀ ବ୍ୟାଙ୍କଗୁଡ଼ିକ ଯୋଡି ହୋଇ ରହିଥିଲେ ସୁଦ୍ଧା ସେମାନଙ୍କର ସଂସ୍କୃତି ଭିନ୍ନ ଥିଲା। ନିଜ ନିଜ ଭିତରେ ୨୪୨ ପ୍ରକାର ପ୍ରଯୁକ୍ତି ବ୍ୟବହାର କରାଯାଉଥିଲା। ଏସବୁକୁ ମିଶାଇବା ଲାଗି ଉଦ୍ୟମ ହୋଇଥିଲା। ଏସ୍‌ବିଆଇ କର୍ମଚାରୀ ସମସ୍ୟାର ସମାଧାନ ଲାଗି ଏକ ପୋର୍ଟାଲ ଆରମ୍ଭ କରିଥିଲା। ଏଥିରେ ଦୈନିକ ପ୍ରାୟ ୨୦୦ ପ୍ରଶ୍ନ ପଚରାଯାଉଥିଲା। ତେବେ ମହାମିଶ୍ରଣ ବେଳେ ଗ୍ରାହକଙ୍କ ସହ ଆଲୋଚନା କରିବା ଜରୁରୀ। କାରଣ ସେମାନଙ୍କ ମନରେ ଥିବା ଭୟକୁ ଦୂର କରାଯିବା ଆବଶ୍ୟକ ଥିଲା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟରେ କହିଥିଲେ ଯେ, ବ୍ୟାଙ୍କଗୁଡ଼ିକର ମିଶ୍ରଣର ଫାଇଦା ମିଳିବାରେ ପ୍ରାୟ ୨ ବର୍ଷ ଲାଗିଯିବ। ବ୍ୟାଙ୍କଗୁଡ଼ିକରେ ନୂତନ ପ୍ରଯୁକ୍ତି ଆପଣାଯିବା ଯୋଗୁ ସରକାରଙ୍କ ପକ୍ଷରୁ ଆଇଟି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ ବୋଲି ଅରୁନ୍ଧତୀ କହିଥିଲେ। ସେହିପରି ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶ୍ରଣକୁ ନେଇ ବ୍ୟାଙ୍କ ଅଫ୍‌ ବରୋଦା ଏମ୍‌ଡି ପି.ଏସ୍‌.ଜୟକୁମାର କହିଥିଲେ ଯେ, ବ୍ୟାଙ୍କଗୁଡ଼ିକର ପ୍ରଯୁକ୍ତି ମିଶ୍ରଣରେ ପ୍ରାୟ ୧୨ରୁ ୧୮ ମାସ ସମୟ ଲାଗିବ। ସମସ୍ତ ବ୍ୟାଙ୍କ ଫିନାକଲ(ଇନ୍‌ଫୋସିସ୍‌ର କୋର୍‌ ବ୍ୟାଙ୍କିଙ୍ଗ୍‌ ପ୍ରଡକ୍ଟ) ବ୍ୟବହାର କରୁଛନ୍ତି। ସମସ୍ତଙ୍କର ଭିନ୍ନ ଭର୍ସନ ରହିଛି। ଏବେର ୧୦ ବ୍ୟାଙ୍କ ମହାମିଶ୍ରଣରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଶାଖା ପରିଚାଳନା। କେଉଁ ଶାଖା ଚାଲୁ ରହିବ, କେଉଁଟା ବନ୍ଦ ହେବ ସେ ସମ୍ପର୍କରେ ପ୍ରଥମେ ନିଷ୍ପତ୍ତି ନେବାକୁ ହେବ। ଉଦାହରଣ ସ୍ବରୂପ କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହି ଦୁଇଟି ବ୍ୟାଙ୍କର ମୁଖ୍ୟ ଶାଖା କର୍ନାଟକରେ ରହିଛି। ସେହି ରାଜ୍ୟରେ ଏହି ଦୁଇ ବ୍ୟାଙ୍କର ଏକାଧିକ ଶାଖା ଗୋଟିଏ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ସେମାନଙ୍କୁ ଅନ୍ୟ ଶାଖାକୁ ସ୍ଥାନାନ୍ତର କରିବା ସହଜ ହେବ ନାହିଁ।

ଭିନ୍ନ ଭିନ୍ନ କାର୍ଯ୍ୟ ସଂସ୍କୃତି
ବ୍ୟାଙ୍କ ଅଫ୍‌ ମଦୁରାଇ ଓ ଆଇସିଆଇସିଆଇ ବ୍ୟାଙ୍କକୁ ୨୦୦୦ରେ ମିଶ୍ରଣ କରିଦିଆଯାଇଥିଲା। ଏହି ସମୟରେ ଏମାନଙ୍କ ଭିତରୁ ଗୋଟିଏ ବ୍ୟାଙ୍କରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଥିଲେ ଯେ, କାର୍ଯ୍ୟ ସଂସ୍କୃତି ମିଶ୍ରଣ ଏକ ବଡ଼ ଆହ୍ବାନ ହେବ। ଏହି ସମୟରେ ବ୍ୟାଙ୍କ ଅଫ୍‌ ମଦୁରାଇରେ ବହୁ ସଂଖ୍ୟାରେ କର୍ମଚାରୀ ରହିଥିଲେ। ତାଙ୍କ ମତରେ ମିଶ୍ରଣ ବେଳେ ଅନେକ ରଣନୀତି ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କାର୍ଯ୍ୟ ସଂସ୍କୃତିକୁ ମିଶାଇବା କଠିନ ବ୍ୟାପାର। ଏଥିପାଇଁ ସମୟ ଲାଗିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?