ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ଧର୍ମଘଟର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା, କଟକ, ସମ୍ବଲପୁର, ବାଲେଶ୍ୱର ଏବଂ ବାରିପଦା ଭଳି ରାଜ୍ୟର ପ୍ରମୁଖ ସହର ଗୁଡିକରେ ଦେଖାଯାଇଛି। ଏସ୍‌ବିଆଇ କର୍ମଚାରୀ ସଂଘ ଧାରଣାକୁ ନୈତିକ ସମର୍ଥନ ଜଣାଇଥିଲେ ମଧ୍ୟ ଧର୍ମଘଟରେ ସାମିଲ ହୋଇ ନ ଥିଲା। ମଙ୍ଗଳବାର ଖୋଲାଥିବା ବିଭିନ୍ନ ବ୍ୟାଙ୍କ ସାମ୍ନାରେ କର୍ମଚାରୀମାନେ ପିକେଟିଂ କରିବା ସହ ଶାଖାଗୁଡିକୁ ବନ୍ଦ କରିଥିଲେ। ଏହି ସମୟରେ ଏଟିଏମ୍‌ ବନ୍ଦ ବନ୍ଦ କରାଯାଇଥିଲା। ସମବାୟ ଏବଂ ଗ୍ରାମ୍ୟ ବ୍ୟାଙ୍କକୁ ଛାଡି ଦେଲେ ରାଜ୍ୟର ପ୍ରାୟ ୪,୨୦୦ ଶାଖା ଧର୍ମଘଟ ଯୋଗୁ ବନ୍ଦ ହୋଇଥିବା ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଆସୋସିଏଶନ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସୂଚନା ଦେଇଛନ୍ତି।
ତ୍ରିପାଠୀ କହିଛନ୍ତି ଯେ, ଧର୍ମଘଟରେ ରାଜ୍ୟର ୧୦ ହଜାର କର୍ମଚାରୀ ସାମିଲ ହୋଇଥିଲେ। ସରକାରଙ୍କୁ ଲିଖିତ ଭାବେ ବ୍ୟାଙ୍କିଙ୍ଗ୍‌ ସମସ୍ୟା ସମ୍ପର୍କରେ ଦାବି ରଖାଯିବ। କର୍ମଚାରୀଙ୍କ ନିଜସ୍ବ ଦାବିକୁ ଏଥିରେ ସାମିଲ କରାଯାଇନାହିଁ। ବ୍ୟାଙ୍କ ମିଶ୍ରଣ ଦ୍ୱାରା ଲୋକଙ୍କ ସ୍ବାର୍ଥ ବ୍ୟାହତ ହେଉଛି। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କ ମିଶ୍ରଣ ଦ୍ୱାରା ପ୍ରାୟ ୯,୫୦୦ ଶାଖା ଏବଂ ୩୦୦୦ ଏଟିଏମ୍‌ ବନ୍ଦ କରିଦିଆଗଲା। ୫ ହଜାର କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଅବସର ନେଲେ। ସରକାର ବ୍ୟାଙ୍କ ମିଶ୍ରଣ ଦ୍ୱାରା ବଡ ଲୋନ ସହ ସଂସ୍କାର କଥା କହୁଛନ୍ତି। ବ୍ୟାଙ୍କଗୁଡିକର ବଡ ଲୋନ କେବଳ କର୍ପୋରେଟ ନେଉଛନ୍ତି ଯାହାର ୭୦% ଏବେ ଏନ୍‌ପିଏ ହୋଇଛି। ବ୍ୟାଙ୍କ ବଡ ହେଲେ ସାଧାରଣ ଲୋକଙ୍କୁ ଉପେକ୍ଷିତ ଓ ଅଣଦେଖା କରାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
ଚଳିତ ବର୍ଷ ଅଗଷ୍ଟରେ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ନେଇ ସରକାର ଘୋଷଣା କରିଥିଲେ। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କଗୁଡିକର ମିଶ୍ରଣ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ଏବଂ ବିଜୟା ବ୍ୟାଙ୍କ ମିଶ୍ରଣ ହେବା ଫଳରେ ଏହାର ପ୍ରଭାବ ଦେଖାଯାଇଛି। ଏଭଳି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ବ୍ୟାଙ୍କ ଶାଖା ବନ୍ଦ ହୋଇଛି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏଶନ(ଏଆଇବିଇଏ) ପକ୍ଷରୁ ସୂଚନା ରହିଛି।
ବଡ ବଡ ବାଣିଜ୍ୟ ଗୋଷ୍ଠୀର ସ୍ବାର୍ଥକୁ ଗୁରୁତ୍ୱ ଦେଇ ସରକାର ବ୍ୟାଙ୍କ ମିଶ୍ରଣ ନେଇ ଯୋଜନା କରିଛନ୍ତି। ଏହି ଗୋଷ୍ଠୀ ବ୍ୟାଙ୍କଗୁଡ଼ିକରୁ ଅର୍ଥ ଲୁଟ କରୁଛନ୍ତି। ବୃହତ୍ତ ପରିମାଣର ଋଣ ନେଇ ଏହାକୁ ପୈଠ କରୁ ନ ଥିବାରୁ ବ୍ୟାଙ୍କରେ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ବଢୁଥିବା ସଂଘ ପକ୍ଷରୁ ଦାବି କରାଯାଇଛି। ଏଭଳି ବିଭିନ୍ନ ଦାବିକୁ ନେଇ ଏଆଇବିଇଏ ଏବଂ ବ୍ୟାଙ୍କ ଏମ୍ପ୍ଲଇ ଫେଡେରେଶନ ଅଫ୍‌ ଇଣ୍ଡିଆ(ବିଇଏଫ୍‌ଆଇ) ଦିନିକିଆ ଧର୍ମଘଟକୁ ଓହ୍ଲାଇଥିଲେ।
ଏହାବାଦ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ଛୋଟଛୋଟ ବ୍ୟାଙ୍କଗୁଡିକୁ ବନ୍ଦ କରିଦେଉଛନ୍ତି। ଏଭଳିସ୍ଥିତିରେ ଘରୋଇକ୍ଷେତ୍ର ବ୍ୟାଙ୍କ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ଲାଇସେନ୍ସ ପ୍ରଦାନ କରାଯାଉଛି। ଏହା ଦ୍ୱାରା ବ୍ୟାଙ୍କିଙ୍ଗକୁ ଘରୋଇକରଣ କରାଯାଉଛି। ଗତ ମାସରେ ବ୍ୟାଙ୍କ ଅଫିସର ସଂଘଗୁଡିକ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ସରକାରଙ୍କ ସହ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍‌ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ।...

ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ...

ନୂଆ ରେକର୍ଡ କଲା ଭାରତୀୟ ବିମାନ ଶିଳ୍ପ, ଭଡ଼ା ବୃଦ୍ଧି ପରେ ମଧ୍ୟ ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮ା୭: ଭାରତୀୟମାନେ ଏବେ ଆକାଶ ମାର୍ଗରେ ଯାତାୟାତ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣା ପଡିଛି। ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (ଡିଜିସିଏ)...

ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ର ମହୋତ୍ସବରେ ସାମିଲ ହୋଇଥିଲା। ଏହି ଅବସରରେ...

୧୯ରେ କିଷାନ ଦିବସ ପାଳନ କରିବ ବିଓଆଇ

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କିଷାନ ଦିବସ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କ ସର୍ବଭାରତୀୟସ୍ତର (ସାରା...

ତନିସ୍କର ନୂତନ କଲେକ୍ସନ ‘ସଙ୍ଗ୍‌ ଅଫ୍‌ ସୁନ୍ଦରବନ୍‌’

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବବୃହତ୍‌ ଗହଣା ରିଟେଲ ବ୍ରାଣ୍ଡ୍‌ ‘ତନିସ୍କ’ର ନୂତନ କଲେକ୍ସନ ‘ସଙ୍ଗ୍‌ ଅଫ୍‌ ସୁନ୍ଦରବନ୍‌’ର ଆନୁଷ୍ଠାନିକ...

ବଜାରକୁ ଆସିଲା ଓପୋର ନୂଆ ରେନୋ ୧୨ ସିରିଜ

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି।...

ବନ୍ଧନ ବ୍ୟାଙ୍କର ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱବ୍ୟାପୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri