Posted inUncategorized

ବ୍ୟାଙ୍କ ଠକେଇ ମାମଲା;ଇଣ୍ଟରପୋଲ ସହାୟତାରେ ସିଏମ୍‌ଡିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୨-୯: ବହୁ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅହମ୍ମଦାବାଦ୍‌ସ୍ଥିତ ଏକ କମ୍ପାନୀର ସିଏମ୍‌ଡିଙ୍କୁ ଗିରଫ କରିଛି। ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ସାଇ ଇନ୍‌ଫୋସିଷ୍ଟମ(ଇଣ୍ଡିଆ) ଲିମିଟେଡର ଚିଫ୍‌ ମ୍ୟାନେଜିଂ ଡାଇରେକ୍ଟର(ସିଏମ୍‌ଡି) ସୁନିଲ ସୁରେନ୍ଦ୍ରକୁମାର କକ୍କଡଙ୍କୁ ଇଣ୍ଟରପୋଲ ଲାଇବେରିଆରେ ଅଟକ ରଖିଥିଲା। କକ୍କଡ ତାଙ୍କର ଅହମ୍ମଦାବାଦ୍‌ସ୍ଥିତ କମ୍ପାନୀ ସାଇ ଇନ୍‌ଫୋସିଷ୍ଟମ ଲିମିଟେଡ, ଆଟ୍ରିମ ଇନ୍‌ଫୋକମ୍‌ ପ୍ରାଇଭେଟ ଲିମିଟେଡ ଏବଂ କ୍ଲିକ୍‌ ଟେଲିକମ୍‌୍‌ ପ୍ରାଇଭେଟ ଲିମିଟେଡ ଜରିଆରେ ବିଭିନ୍ନ ବ୍ୟାଙ୍କରୁ ୮୬୭.୪୩ କୋଟି ଟଙ୍କା ଋଣ ନେଇଥିଲେ। ପରେ ସେ ଏହି ଟଙ୍କାକୁ ମନି ଲଣ୍ଡରିଂ ଜରିଆରେ ବିଦେଶ ପଠାଇଥିଲେ। କକ୍କଡ ନିଜର ୩ କମ୍ପାନୀକୁ ପବ୍ଲିକ୍‌ ଲିମିଟେଡ କମ୍ପାନୀ ଭାବେ ପ୍ରତିଷ୍ଠିତ କରି ଜାଲିଆତି ମାଧ୍ୟମରେ ବ୍ୟାଙ୍କରୁ ଋଣ ହାସଲ କରିଥିଲେ ବୋଲି ଇଡି ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

କୂଅରେ ପଡି ବୃଦ୍ଧା ମୃତ

ପାଟଣା,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ପାତ୍ରସାହିରେ ମଙ୍ଗଳବାର ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧା କୂଅରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ...

ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି...

ପରିବାରର ନାମରେ ଶପଥ କରନ୍ତୁ,ଜରୁରୀ କାମ ନ ଥିଲେ ଘରୁ ବାହାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କିଛି...

ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ଜାତିସଂଘ,୧୧ା୯(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଭାରତ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପରେ ୟୁଏନ୍‌ଏସ୍‌ସି ଉପତ୍ୟକା...

ଜଳସେଚନ ଦୁର୍ନୀତି: ଅଜିତ ପାଓ୍ବାରଙ୍କୁ ଏସିବିର କ୍ଲିନଚିଟ୍‌

ନାଗପୁର, ୨୧ା୧୨(ପି.ଟି.): ବହୁକୋଟି ଟଙ୍କାର ଜଳସେଚନ ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ଦୁର୍ନୀତି ବିରୋଧୀ ଶାଖା(ଏସିବି) ପକ୍ଷରୁ ଏନ୍‌ସିପିର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କୁ କ୍ଲିନଚିଟ୍‌ ଦିଆଯାଇଛି।...

ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ

ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି...


Coronavirus Update

Archives

Model This Week

Why Dharitri