ବ୍ୟାଙ୍କ ଜାତୀୟକରଣକୁ ପୂରିଲା ୫୦ ବର୍ଷ

ନୂଆଦିଲ୍ଲୀ,୨୦-୭: ଆଜିଠୁ ଦୀର୍ଘ ୫୦ବର୍ଷ ପୂର୍ବେ ୧୯ ଜୁଲାଇ, ୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ ପ୍ରମୁଖ ବ୍ୟାଙ୍କକୁ ପ୍ରଥମଥର ଜାତୀୟକରଣ କରିଥିଲେ। ୧୯୬୯ ପରେ ୧୯୮୦ରେ ପୁନର୍ବାର ୬ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା। ଶୁକ୍ରବାର ବ୍ୟାଙ୍କ ଜାତୀୟକରଣର ୫୦ ବର୍ଷ ପୂର୍ତ୍ତି ହୋଇଛି। ବ୍ୟାଙ୍କକୁ ଗରିବଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହାର ଜାତୀୟକରଣ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଗାନ୍ଧୀ ସେତେବେଳେ ଯୁକ୍ତି ଦର୍ଶାଇଥିଲେ। ତେବେ ଏହି ନିଷ୍ପତ୍ତି ନେବାକୁ ବହୁ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୋଇଥିବା ପ୍ରୟାସ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ କେନ୍ଦ୍ରୀୟ ବ୍ୟାଙ୍କକୁ ସରକାରଙ୍କ ଅଧୀନକୁ ଆଣିବା ଲାଗି ବିଚାର ଜନ୍ମ ନେଇଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଜାତୀୟକରଣ କରାଯାଇସାରିଥିଲା। ପରେ ୧୯୪୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜାତୀୟକରଣ ହେବା ପରେ ୧୯୫୫ରେ ଇମ୍ପିରିୟାଲ ବ୍ୟାଙ୍କକୁ ଜାତୀୟକରଣ କରାଯାଇ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନାମ ଦିଆଯାଇଥିଲା।
ସାମାଜିକ ଉତ୍ଥାନ ଲାଗି ନିଆଯାଇଥିଲା ନିଷ୍ପତ୍ତି
ଆର୍ଥିକ ଦୃଷ୍ଟିରୁ ସରକାରଙ୍କ ମନେ ହୋଇଥିଲା ଯେ, କମର୍ସିଆଲ ବ୍ୟାଙ୍କଗୁଡ଼ିକ ସାମାଜିକ ଉତ୍ଥାନ ପ୍ରକ୍ରିୟାରେ ସହାୟକ ହେଉନାହାନ୍ତି। ସେତେବେଳେ ଦେଶର ୧୪ ବଡ଼ ବ୍ୟାଙ୍କ ନିକଟରେ ଦେଶର ପ୍ରାୟ ୮୦ ପ୍ରତିଶତ ପୁଞ୍ଜି ଥିଲା। ଏଥିରେ ଜମା ଅର୍ଥକୁ ଲାଭକାରୀ ଯୋଜନାରେ ହିଁ ନିବେଶ କରାଯାଉଥିଲା। ତେବେ ସରକାର କୃଷି, ଲଘୁ ଉଦ୍ୟୋଗ ଏବଂ ରପ୍ତାନି ବୃଦ୍ଧିରେ ନିବେଶ କରିବାକୁ ଚାହୁଁଥିଲେ।
୧୯୫୫ ସୁଦ୍ଧା ବୁଡ଼ିଯାଇଥିଲା ୩୬୦ ବ୍ୟାଙ୍କ
ଏକ ରିପୋର୍ଟ ଅନୁଯାୟୀ, ୧୯୪୭ରୁ ୧୯୫୫ ସୁଦ୍ଧା ଦେଶର ୩୬୦ ଛୋଟ ବଡ଼ ବ୍ୟାଙ୍କ ବୁଡିଯାଇଥିଲା। ଏଥିରେ ଜମା କୋଟି କୋଟି ଲୋକ ନିଜର ଝାଳବୁହା ଧନ ହରାଇଥିଲେ। ସେହିପରି କେତେକ ବ୍ୟାଙ୍କ କଳାବଜାରୀ ଧନ୍ଦାରେ ନିବେଶ କରୁଥିଲେ।
ଅର୍ଡିନାନ୍ସ ଜରିଆରେ ହୋଇଥିଲା ଜାତୀୟକରଣ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜୁଲାଇ ୧୯, ୧୯୬୯ ରାତି ୮.୩୦ରେ ଅର୍ଡିନାନ୍ସ ଜାରି କରି ୧୪ ବ୍ୟାଙ୍କର ଜାତୀୟକରଣ କରାଗଲା ବୋଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଘୋଷଣା କରିଥିଲେ। ଏହାର ୭ ଦିନ ପୂର୍ବରୁ କଂଗ୍ରେସର ବାଙ୍ଗାଲୋର ଅଧିବେଶନରେ ଇନ୍ଦିରା ଘରୋଇ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣ କରିବାର ସମୟ ଆସିଛି ବୋଲି ଉଲ୍ଲେଖ କରିଥିଲେ। ତେବେ କେବେ ସୁଦ୍ଧା ଏହା ହେବ ସେ ଜଣାଇ ନ ଥିଲେ। ଅତ୍ୟନ୍ତ ଗୋପନୀୟ ଭାବେ ସେ ଏହି କାର୍ଯ୍ୟରେ ଆଗେଇଥିଲେ। ଅଧ୍ୟାଦେଶ ଚିଠା ପ୍ରସ୍ତୁତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ବିଭାଗ ଡେପୁଟି ସେକ୍ରେଟାରୀ ଡି.ଏନ୍‌.ଘୋଷ, ଇନ୍ଦିରାଙ୍କ ପ୍ରମୁଖ ସଚିବ ପି.ଏନ୍‌.ହକ୍‌ସର ଏବଂ ଆର୍‌ବିଆଇ ଡେପୁଟି ଗଭର୍ନର ଏ.ବକ୍ସିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଅଧ୍ୟାଦେଶ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇନ୍ଦିରା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତତ୍କାଳୀନ ଆର୍‌ବିଆଇ ଗଭର୍ନର ଏଲ୍‌.କେ.ଝା ଏବଂ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ସଚିବ ଆଇ.ଜି.ପଟେଲଙ୍କୁ ଏ ସମ୍ପର୍କରେ କିଛି କୁହାଯାଇ ନ ଥିଲା। ଗ୍ରାମାଞ୍ଚଳରେ ଅର୍ଥ ପହଞ୍ଚାଇବା ଲକ୍ଷ୍ୟରେ ଜାତୀୟକରଣ କରାଯାଉଥିବା ମୂଳ ଉଦ୍ଦେଶ୍ୟ ଥିଲା। ୨୪ଘଣ୍ଟା ମଧ୍ୟରେ ଅଧ୍ୟାଦେଶ ପ୍ରସ୍ତୁତ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଜୁଲାଇ ୧୯ ସନ୍ଧ୍ୟା ୫ଟାରେ ତୁରନ୍ତ କ୍ୟାବିନେଟ ବୈଠକ ଡକାଇଥିଲେ। ଅଧ୍ୟାଦେଶକୁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଭି.ଭି.ଗିରି ଏହାକୁ ଅନୁମୋଦନ କରିଥିଲେ। ରାତ୍ରି ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ବ୍ୟାଙ୍କ ଜାତୀୟକରଣ ଘୋଷଣା କରିଥିଲେ। ଜାତୀୟକରଣ ହୋଇଥିବା ବ୍ୟାଙ୍କଗୁଡ଼ିକ ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ, ୟୁକୋ ବ୍ୟାଙ୍କ,କାନାରା ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସିଣ୍ଡିକେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଲ୍ଲାହାବାଦ୍‌ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ,ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର।
ବିରୋଧ କରି ଇସ୍ତଫା ଦେଇଥିଲେ ମୋରାର୍‌ଜୀ ଦେଶାଇ
ପ୍ରଚଣ୍ଡ ରାଷ୍ଟ୍ରବାଦୀ ନେତା ତଥା ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ମୋରାର୍‌ଜୀ ଭାଇ ଦେଶାଇ ବ୍ୟାଙ୍କ ଜାତୀୟକରଣକୁ ବିରୋଧ କରିଥିଲେ। କଂଗ୍ରେସ ଅଧିବେଶନରେ ଇନ୍ଦିରା ବ୍ୟାଙ୍କ ଜାତୀୟକରଣ ସମ୍ପର୍କରେ ଉଲ୍ଲେଖ କରିବା ମାତ୍ରେ ସେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତେବେ ଇନ୍ଦିରାଙ୍କ ୧୦ ସୂତ୍ରୀ କାର୍ଯ୍ୟକ୍ରମକୁ ଦଳରେ ଉପସ୍ଥାପନ କରିଥିବା ଦେଶାଇ ସାମାଜିକ ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକୁ ସରକାରୀ ନିୟନ୍ତ୍ରଣ ସପକ୍ଷରେ ଥିଲେ ସୁଦ୍ଧା ଜାତୀୟକରଣ ସପକ୍ଷରେ ନ ଥିଲେ। ଇନ୍ଦିରାଙ୍କ ଜିଦ୍‌ ନିକଟରେ ମୁଣ୍ଡ ନ ନୁଆଇ ସେ ଜୁଲାଇ ୧୬, ୧୯୬୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ବ୍ୟାଙ୍କ ଶାଖା ବୃଦ୍ଧି
ଜାତୀୟକରଣ ପରେ ବ୍ୟାଙ୍କ ଶାଖା ବୃଦ୍ଧି ପାଇଲା। ସହର ସହ ବ୍ୟାଙ୍କ ଗ୍ରାମାଞ୍ଚଳରେ ପାଦ ଥାପିଲା। ତଥ୍ୟ ଅନୁଯାୟୀ, ଜୁଲାଇ, ୧୯୬୯ରେ ଦେଶରେ ବ୍ୟାଙ୍କଗୁଡ଼ିକର ମୋଟ ୮୩୨୨ ଶାଖା ଥିଲା। ୧୯୮୦ରେ ଜାତୀୟକରଣର ଦ୍ୱିତୀୟ ଆରମ୍ଭ ହୋଇଥିଲା ଓ ଘରୋଇ ବ୍ୟାଙ୍କଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା। ସେହି ସମୟରେ ୧୪ ବ୍ୟାଙ୍କର ମୋଟ ଲାଭ ୫.୭ କୋଟି ଟଙ୍କା ଥିଲା ବେଳେ ଆଜିର ଦିନରେ ସେମାନଙ୍କର ମୋଟ କ୍ଷତିର ପରିମାଣ ୪୯,୭୦୦ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?