Posted inଜାତୀୟ

ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା

ନୂଆଦିଲ୍ଲୀ,୩୧ା୮: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ମାସ ୨୩ରେ ବଡ଼ ଧରଣର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ତେବେ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବୃହତ ମିଶ୍ରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଶୁକ୍ରବାର ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସୀତାରାମନ୍‌ କହିଛନ୍ତି ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହି ମିଶ୍ରଣ ପରେ ୪ ବୃହତ ବ୍ୟାଙ୍କ ଗଠନ ହେବ, ଯାହାର ମୋଟ କାରବାର ୫୫.୮୧ ଲକ୍ଷ କୋଟି ଟଙ୍କା ହେବ। ୨୦୧୭ରେ ଦେଶରେ ୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥିବା ବେଳେ ଏହି ମିଶ୍ରଣ ପରେ ସେମାନଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ମିଶାଇ ଦିଆଯିବ। ଫଳରେ ପିଏନ୍‌ବି ଦେଶରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପରେ ଦ୍ୱିତୀୟ ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ ବ୍ୟବସାୟ ୧୭.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ସେହିପରି ସିଣ୍ଡିକେଟ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ କାନାରା ବ୍ୟାଙ୍କ ଦେଶର ଚତୁର୍ଥ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ କାରବାର ୧୫.୨୦ ଲକ୍ଷ କୋଟି ଟଙ୍କା ହୋଇଯିବ। ଏହାବ୍ୟତୀତ ଆନ୍ଧ୍ରା ବ୍ୟାଙ୍କ ତଥା କର୍ପୋରେଶନ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶର ୫ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହାର ମୋଟ କାରବାର ପରିମାଣ ୧୪.୫୯ ଲକ୍ଷ କୋଟି ଟଙ୍କା ହୋଇଯିବ। ସୀତାରାମନ୍‌ କହିଛନ୍ତି ଯେ, ଇଣ୍ଡିଆନ ବ୍ୟାଙ୍କ ସହ ଆଲ୍ଲାହାବାଦ୍‌ ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ୭ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ପାଇବା ସହ ଏହାର କାରବାର ୮.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ବୃହତ ବ୍ୟାଙ୍କ ମିଶ୍ରଣକୁ ଅର୍ଥମନ୍ତ୍ରୀ ‘ନେକ୍ସଟ ଜେନେରେଶନ ପିଏସ୍‌ବି’ ବା ‘ପରବର୍ତ୍ତୀ ପିଢ଼ିର ରାଷ୍ଟ୍ରାୟତ୍ତ ବ୍ୟାଙ୍କ’ ଭାବେ ଆଖ୍ୟା ଦେଇଛନ୍ତି। ମିଶ୍ରଣ ଶେଷ ହେବା ପରେ ଦେଶରେ ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଲ୍ଲାହାବାଦ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ରହିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ଶିବରାଜ, ଆଦିବାସୀ ପୋଷାକ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏର ପ୍ରାର୍ଥି ଘୋଷଣା...

କେନ୍ଦ୍ର କ୍ୟାବିନେଟର ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୧୫।୧୨: ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋର୍ଡର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପିଏଲ୍‌ଆଇ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ସମ୍ପର୍କରେ ସୂଚନା...

ତଲାକ ପରେ କ୍ଷତିପୂରଣ ମାଗିପାରିବେ ମୁସଲିମ ମହିଳା: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୬:ଏଣିକି ମୁସଲମାନ ମହିଳା ତଲାକ ପରେ ସ୍ବାମୀଙ୍କୁ କ୍ଷତିପୂରଣ ମାଗିପାରିବେ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜିଏ...

ଅନ୍ତିମ ସଂସ୍କାର ପରେ ହେବନି ଶ୍ରାଦ୍ଧ ଭୋଜି: ଅମାନ୍ୟ କଲେ ହେବେ ବାସନ୍ଦ

ଜୟପୁର,୨।୭: ସମାଜରେ ପ୍ରଚଳିତ ଅନ୍ତିମ ସଂସ୍କାର ପରବର୍ତ୍ତୀ ଶ୍ରାଦ୍ଧ ଭୋଜିକୁ ରାଜସ୍ଥାନର ଅକେଲା ଗାଁର ରାଜପୁତ ସମାଜ ରୋକ ଲଗାଇଛନ୍ତି। ଏହାଦ୍ୱାରା କେତେକଙ୍କ ଆର୍ଥିକ ସ୍ଥିତି...

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ...

ସେନାରେ ସାମିଲ ହେଲେ ଶହୀଦ ଯବାନଙ୍କ ଭାଇ

ନୂଆଦିଲ୍ଲୀ,୨୩।୭: ପ୍ରାୟ ବର୍ଷେ ତଳେ ଶହୀଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ୨ ସାନ ଭାଇ ସେନାରେ ସାମିଲ ହୋଇଛନ୍ତି। ଗତବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ...

ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ...

କରୋନା ସଂକ୍ରମଣରେ ୨୭ ବର୍ଷ ଯୁବକଙ୍କ ମୃତ୍ୟୁ

ପୁଣେ,୧୦।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଶୁକ୍ରବାର ପୁଣେରେ କରୋନା ପଜିଟିଭ ଥିବା ଜଣେ ୨୭ ବର୍ଷ ବୟସର ଯୁବକଙ୍କ...

Advertisement
Archives

Model This Week