ବ୍ୟାଙ୍କଗୁଡିକୁ ସୀତାରାମନଙ୍କ ପରାମର୍ଶ; ତଦନ୍ତର ୩ସିକୁ ଡରନାହିଁ

ନୂଆଦିଲ୍ଲୀ,୨୯-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଛନ୍ତି। ସେ ବ୍ୟାଙ୍କଗୁଡିକର ସ୍ଥିତିକୁ ସମୀକ୍ଷା କରିଥିବା ବେଳେ ତଦନ୍ତର ୩ ସି କୁହାଯାଉଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି), ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି)ଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ଠିକ୍‌ ନିଷ୍ପତ୍ତି ନେଉଥିବା ବ୍ୟାଙ୍କ ଅଧିକାରୀମାନେ ୩ସି ନେଇ ଭୟଭୀତ ନ ହେବା ଆବଶ୍ୟକ ବୋଲି ସୀତାରାମନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କରମାନେ ଦୂରଦର୍ଶୀ ନିଷ୍ପତ୍ତି ନେବା ବେଳେ ବିଫଳତା ଏବଂ ଦୋଷପୂର୍ଣ୍ଣ ବିଫଳତା ମଧ୍ୟରେ ପାର୍ଥକ୍ୟକୁ ବିଚାର କରାଯିବ। ଆୟକର ବିଭାଗ ଭଳି ସିବିଆଇ ମଧ୍ୟ ଏଭଳି ପଦକ୍ଷେପ ନେବ ଯେଭଳି ଅନଧିକୃତ ଯୋଗାଯୋଗ ଏବଂ ମାନସିକ ନିର୍ଯାତନା ଭଳି କୌଣସି ଘଟଣା ସାମ୍ନାକୁ ନ ଆସେ। ସିବିଆଇ ଆଗାମୀ ଦିନରେ ବ୍ୟାଙ୍କ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହିତ ଅଧିକାରୀଙ୍କ ମନରେ ରହିଥିବା ଆଶଙ୍କାକୁ ଦୂରକରିବା ଦିଗରେ ପ୍ରୟାସ କରିବ। ତଦନ୍ତକାରୀ ଏଜେନ୍ସିଗୁଡିକୁ ନେଇ ବ୍ୟାଙ୍କ ଅଧିକାରୀମାନେ ଭୟଭୀତ ହେଉଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସିଥିବା ସୀତାରାମନ କହିଛନ୍ତି। ମନରେ ଭୟ ରହିବା ଯୋଗୁ ବ୍ୟାଙ୍କ ଅଧିକାରୀମାନେ ଠିକ୍‌ ନିଷ୍ପତ୍ତି ନେବା ମଧ୍ୟ ପ୍ରଭାବିତ ହୋଇଥାଏ। ବ୍ୟାଙ୍କଗୁଡିକରେ ହେଉଥିବା ମାମଲାଗୁଡିକୁ ସିବିଆଇ ନିଜ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥାଏ ବରଂ ବ୍ୟାଙ୍କଗୁଡିକ ମାମଲାର ତଦନ୍ତ ଲାଗି ଉଚିତ ନିଷ୍ପତ୍ତି ନେଇଥାନ୍ତି ବୋଲି ସୀତାରାମନ ମତ ଦେଇଛନ୍ତି।
ଶନିବାର ସିବିଆଇ ନିର୍ଦ୍ଦେଶକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଥିବା ସୀତାରାମନ ସୂଚନା ଦେଇଛନ୍ତି। ବିଭିନ୍ନ ଜଟିଳ ମାମଲା କ୍ଷେତ୍ରରେ ନିଷ୍ପତ୍ତି ନେବା ଲାଗି ବ୍ୟାଙ୍କଗୁଡିକୁ ସହାୟତା କରିବାକୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସୀମା ଶୁଳ୍କ ବିଭାଗ ଅଧିକାରୀଙ୍କ ସହ ସେ ଭେଟିବା ନେଇ କହିଛନ୍ତି। ଦେଶରେ ନିବେଶ କରିବା ଲାଗି କର୍ପୋରେଟଗୁଡିକ ଦୃଢ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ସଂଘ ଆସୋଚାମର ଏକ କାର୍ଯ୍ୟକ୍ରମରେ ଦେଶର ଶିଳ୍ପ ଜଗତକୁ ଆହ୍ବାନ ଦେଇଥିଲେ। ବାଣିଜ୍ୟ ବିଫଳ ହେଲେ ଶିଳ୍ପପତିଙ୍କୁ ହଇରାଣ ହରକତ ହେବାକୁ ଦିଆଯିବନାହିଁ। ଉଚିତ ନିଷ୍ପତ୍ତି ହୋଇଥିଲେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋଦି କହିଥିଲେ।
ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟ ସୁଧୁରୁଛି
ଏଭଳି ସମୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକ ଏବେ ଠିକ୍‌ ସ୍ଥିତିକୁ ଆସିବାରେ ସୁବିଧା ହୋଇଛି ବୋଲି ସୀତାରାମନ ମତ ଦେଇଛନ୍ତି। ସରକାରଙ୍କ ସଂସ୍କାର ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି। ୨୦୧୮ ମାର୍ଚ୍ଚରେ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୮.୯୬ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୧୯ ସେପ୍ଟେମ୍ବରରେ ୭.୨୭ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ର ପ୍ରଥମ ୬ ମାସରେ ୧୩ ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଫେରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ...

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ...

ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା...

ଆର୍ଥିକ ପ୍ୟାକେଜ ଶୀଘ୍ର: ସୀତାରାମନ

ନୂଆଦିଲ୍ଲୀ,୧୯।୪: କରୋନା ପାଇଁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏ ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ଭାରତରେ ନୂଆ ନିବେଶ କରିବ ନାହିଁ ଆଲିବାବା

  ନୂଆଦିଲ୍ଲୀ,୨୮।୮: ଚାଇନାର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଲିବାବା ଗ୍ରୁପ ବର୍ତ୍ତମାନ ସମୟରେ ଭାରତ ବଜାର ଓ କମ୍ପାନୀମାନଙ୍କ ସହ ନୂଆ ପୁଞ୍ଜିନିବେଶ କରିବା ନେଇ...

ଗ୍ରାହକ ସେବାରେ କଳାମନ୍ଦିର

କଳାମନ୍ଦିର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସାଉଁଟି ଏକ ପାରିବାରିକ ବ୍ରାଣ୍ଡ୍‌ ପାଲଟିଯାଇଛି। ୧୯୭୭ରେ ପ୍ରଥମ ଷ୍ଟୋର୍‌ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍‌ ସର୍ବୋତ୍ତମ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବୁଧବାର ଏହାର ମାର୍ଜିନାଲ କଷ୍ଟ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ହାରକୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି।...

Advertisement


Archives

Model This Week