ବ୍ୟାଙ୍କଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ;ଗ୍ରାହକଙ୍କୁ ରେପୋ ରେଟ୍‌ ହ୍ରାସର ଫାଇଦା ଦିଅ

ନୂଆଦିଲ୍ଲୀ,୧୩-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍‌ ହ୍ରାସ କରିଛନ୍ତି। ଅଥଚ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଉନାହାନ୍ତି। ଏହାକୁ ନେଇ କ୍ଷୁବ୍‌ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କଗୁଡ଼ିକୁ ରେପୋ ରେଟ୍‌ ହ୍ରାସର ଫାଇଦା ଗ୍ରାହକଙ୍କୁ ଦେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ଦୈନିକ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ନିଜର ନିଷ୍ପତ୍ତି ନ ନେଲେ ଦେଶର ଅର୍ଥନୀତି ଆଗେଇବ ନାହିଁ।
ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକୁ ଦୈନିକ ଭିତ୍ତିରେ ସମସ୍ୟାକୁ ବୁଝି ଏହାର ସମାଧାନ କରିବାକୁ ହେବ। ଆର୍ଥିକ ନୀତି ପ୍ରଣୟନ କ୍ଷେତ୍ରରେ ବଜେଟ କାର୍ଯ୍ୟାରମ୍ଭ କରିବା କିମ୍ବା ଶେଷ କରିବାର ମାଧ୍ୟମ ହେବା ଅନୁଚିତ୍‌। ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ, ଦେଶର ଆର୍ଥିକ ପ୍ରଗତିର ମାନେ ହେଉଛି ସମ୍ପତ୍ତି ସୃଷ୍ଟି କରିବାକୁ ବୁଝାଇବ। ଏହାର ଅର୍ଥାତ୍‌ ଲୋକଙ୍କ ନିକଟରେ ଖର୍ଚ୍ଚ କରିବା ଲାଗି ଅଧିକ ଅର୍ଥ ରହିବା ଆବଶ୍ୟକ। ଦୀର୍ଘମିଆଦି ଭିତ୍ତିରେ ଦେଶର ଅର୍ଥନୀତିକୁ ଆଗେଇ ନିଆଯାଉଛି। ଉଲ୍ଲେଖଥାଉ କି, ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି ମୋଦି ସରକାର ଉଦ୍ୟୋଗ ଜଗତରେ ନିବେଶ ବୃଦ୍ଧି କରିବା ଉପରେ ଜୋର୍‌ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ନିବେଶ ବୃଦ୍ଧି କରି ନିବେଶକାରୀ ସେଥିରୁ ଅଧିକ ଲାଭ ଉଠାନ୍ତୁ। ଏହାଦ୍ୱାରା ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଦେଶର ଅର୍ଥନୀତିର ବିକାଶ ହେବ। ଉଦ୍ୟୋଗ ଜଗତ ଦ୍ରୁତଗତିରେ ଉତ୍ପାଦନ ବଢ଼ାଇ ଦେଶ ସମେତ ବିଦେଶରେ ନିଜର ଉପସ୍ଥିତି ଜାହିର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri